Young man 1

ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଭାସିଗଲେ ଯୁବକ, ବିରିବାଟି କେନାଲରୁ ମୃତଦେହ ଉଦ୍ଧାର

Spread the love

କଟକ: ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତ ଯୁବକ ହେଲେ ତିନିଘରିଆ ଗାଁର ରଂଜିତ କୁମାର ନାଟିଆ । ବିରିବାଟି କେନାଲରୁ ଉଦ୍ଧାର କଲା ଚାଉଳିଆଗଞ୍ଜ ଅଗ୍ନିଶମ ବାହିନୀ ।  ଗତକାଲି ଗଣେଶ ମୂର୍ତ୍ତି ବିସର୍ଜନ ବେଳେ କଟକ ତାଳଦଣ୍ଡା କେନାଲରେ ଭାସିଯାଇଥିଲେ ରଂଜିତ ।

ଖବର ପାଇ ଅଗ୍ନିଶମ ଏବଂ ଓଡ଼୍ରାଫ୍ ମିଳିତ ଭାବେ ସର୍ଚ୍ଚ ଅପରେସନ କରିଥିଲେ । ହେଲେ ତାଙ୍କର କୌଣସି ସନ୍ଧାନ ମିଳିନଥିଲା । ରାତି ହୋଇଥିବାରୁ ଉଦ୍ଧାର କାର୍ଯ୍ୟ ବନ୍ଦ ଥିଲା । ଆଜି ସକାଳେ ଆଉ ଥରେ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ।

Leave a Reply

Your email address will not be published. Required fields are marked *