Assembly session

୨୨ରୁ ବିଧାନସଭାର ସପ୍ତମ ଅଧିବେଶନ, ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ବରିଷ୍ଠ ପୋଲିସ ଅଧିକାରୀ

Spread the love

ଭୁବନେଶ୍ବର: ଆସନ୍ତା ୨୨ତାରିଖରୁ ଆରମ୍ଭ ହେବ ସପ୍ତଦଶ ବିଧାନସଭାର ସପ୍ତମ ଅଧିବେଶନ । ଅକ୍ଟୋବର ୩ ପର୍ଯ୍ୟନ୍ତ ଚାଲିବାକୁ ଥିବା ଅଧିବେଶନ ପାଇଁ ପୋଲିସ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରାଯାଉଛି । ପୋଲିସ ଅନ୍ତରୀଣ ଡିଜି ବିନୟତୋଷ ମିଶ୍ର, ପୋଲିସ କମିଶନର ଏସ୍. ଦେବଦତ୍ତ ସିଂହ, ଅତିରିକ୍ତ ପୋଲିସ କମିଶନର ନରସିଂହ ଭୋଳଙ୍କ ସମେତ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ । ବିଧାନସଭା ଅଧିବେଶନ ସମୟରେ ବିଧାନସଭା ପରିସର ଓ ଏହାର ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯିବ ।

ବିଧାନ ସଭା ଟ୍ରାଫିକ୍ ପରିଚାଳନା ଏବଂ ଭିଭିଆଇପି ଗତିବିଧିକୁ ନେଇ ନିଆଯିବାକୁ ଥିବା ପଦକ୍ଷେପ ଉପରେ ଆଲୋଚନା ହେଉଛି ।  ଅଧିବେଶନ ସମୟରେ ବିଭିନ୍ନ ଦଳର ନେତା, ବିଧାୟକ ଓ ମନ୍ତ୍ରୀଙ୍କ ଯାତାୟାତକୁ ଦୃଷ୍ଟିରେ ରଖି ଟ୍ରାଫିକ୍ ପରିଚାଳନା ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ । ଆବଶ୍ୟକ ସ୍ଥାନରେ ଟ୍ରାଫିକ୍ ଡାଇଭର୍ସନ୍ ସହ ଅତିରିକ୍ତ ପୋଲିସ ମୁତୟନ କରାଯିବା ନେଇ ଯୋଜନା କରାଯାଉଛି । ସୁରକ୍ଷା ବ୍ୟବସ୍ଥାରେ କୌଣସି ତ୍ରୁଟି ଯେପରି ନରହେ, ସେଥିପାଇଁ ବରିଷ୍ଠ ଅଧିକାରୀମାନେ ସମସ୍ତ ବ୍ୟବସ୍ଥାର ତଦାରଖ କରୁଛନ୍ତି ।

Leave a Reply

Your email address will not be published. Required fields are marked *