ସୁଧ କାରବାରକୁ ନେଇ ଅଘଟଣ, OASଙ୍କ ଘର ଆଗରେ ଯୁବକଙ୍କ ଆତ୍ମାହୁତି
ଭୁବନେଶ୍ବର: ସୁଧ କାରବାର ନେଇ ଯୁବକଙ୍କ ଆତ୍ମାହୁତି । OASଙ୍କ ଘର ଆଗରେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲେ ଯୁବକ। ସୁଧରେ ଟଙ୍କା ନେଇ ନ ଫେରାଇବାରୁ ଆତ୍ମାହୁତି କରିଥିବା ସୂଚନା । ମୃତକ ହେଲେ ଅଶ୍ଵିନୀ କୁମାର ତାଣ୍ଡିଆ । ଅଶ୍ବିନୀଙ୍କ ଘର ରାଜଧାନୀର କୈଳାଶ ବିହାର ମହାବୀର ବସ୍ତିରେ । ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ପରେ ମାମଲା ରୁଜୁ କରି ପୋଲିସ ତନାଘନା ଆରମ୍ଭ କରିଛି ।
ଓଏଏସ ବାବୁଙ୍କ ସହ ଶାଳକଙ୍କ ନାଁରେ ହୋଇଛି ଅଭିଯୋଗ । ଓଏଏସ ବାବୁଙ୍କ ଶାଳକ ପ୍ରଭାସ ପଣ୍ଡାଙ୍କୁ ଗିରଫ କରିଛି ପୋଲିସ । ଓଏଏସ ଅଫିସର ଓ ତାଙ୍କ ଶାଳକ ୧୭ ଲକ୍ଷ ଟଙ୍କା ସୁଧକୁ ନେଇ ଟଙ୍କା ଫେରାଇ ନଥିବା ଅଭିଯୋଗ । ଏନେଇ ଓଏଏସ ଅଫିସରଙ୍କୁ ପୋଲିସ ତଦନ୍ତ ଘେରକୁ ନେଇ ତଦନ୍ତ ଚଳାଇଛି । ଓଏଏସ ବାବୁଙ୍କୁ ଖୋଜୁଛି ପୋଲିସ୍ । ବିଭିନ୍ନ ସ୍ଥାନରେ ରେଡ କରିଛି ପୋଲିସ ।
