Dhenkanal

ସ୍ତ୍ରୀକୁ ପିଟି ପିଟି ହତ୍ୟା ପରେ ଜୀବନ ହାରିଲେ ସ୍ବାମୀ

Spread the love

କାମାକ୍ଷାନଗର : ସ୍ତ୍ରୀକୁ ହତ୍ୟା ପରେ ଜୀବନ ହାରିଲେ ସ୍ବାମୀ । ଢେଙ୍କାନାଳ କାମାକ୍ଷାନଗର – ପରଜଙ୍ଗ ଥାନା ଦଦରାଘାଟି ତିନି ନମ୍ବର କଲୋନୀରେ ଅଭାବନୀୟ ଘଟଣା । ସ୍ତ୍ରୀକୁ ହତ୍ୟା କରି ଜୀବନ ହାରିଲେ ସ୍ୱାମୀ । ଗତକାଲି ରାତିରେ ସ୍ତ୍ରୀ ପାରିବାରିକ କଳହକୁ ନେଇ ଏପରି ହୃଦୟ ବିଦାରକ ଘଟଣା ଘଟିଥିବା ସନ୍ଦେହ କରାଯାଉଛି ।

ମୃତକ ସ୍ତ୍ରୀ ରଶ୍ମିତା ନାଏକ ଓ ସ୍ୱାମୀ ମିଥୁନ ନାଏକ । ସ୍ୱାମୀ ମିଥୁନ ନାଏକ ରଶ୍ମିତାଙ୍କୁ ପିଟି ପିଟି ମାରିଦେବା ପରେ ଆଜି ଭୋର ସମୟରେ ନିଜେ ଘର ବାରଣ୍ଡାରେ ଜୀବନ ହାରିଛନ୍ତି । ତାଙ୍କର ଦୁଇଟି ସନ୍ତାନ ଥିବା ଜଣାପଡିଛି । ଖବର ପାଇ ପୋଲିସ ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *