AAP MLA

ଆପ୍ ବିଧାୟିକାଙ୍କ ଘରେ ଇଡ଼ି ରେଡ୍

Spread the love

ପଞ୍ଜାବ : ପଞ୍ଜାବ ମୋଗାରେ ଆମ୍ ଆଦମୀ ପାର୍ଟି ବିଧାୟିକା ଡକ୍ଟର ଅମନଦୀପ କୌର ଅରୋରାଙ୍କ ଘରେ ଇଡ଼ି ଚଢ଼ଉ କରିଛି । ବୁଧବାର ସକାଳେ ଇଡ଼ିର ଏକ ଟିମ୍ ସିଆରପିଏଫ ଯବାନଙ୍କ ସହ ମୋଗା-ଲୁଧିଆନା ରୋଡରେ ଥିବା ତାଙ୍କ ବାସଭବନ ଓ ଫ୍ଲାଟରେ ତଲାସୀ ଆରମ୍ଭ କରିଛି । ଆଗାମୀ ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ AAP ଅମନଦୀପ କୌରଙ୍କୁ ପୁଣିଥରେ ପ୍ରାର୍ଥୀ ଘୋଷଣା କରିଛି ।

ସୂଚନା ଅନୁସାରେ, ED ଟିମ୍ ଭୋର ସମୟରେ ବିଧାୟିକାଙ୍କ ଘରେ ପହଞ୍ଚିଥିଲା । ସେହି ସମୟରେ ଅମନଦୀପ କୌର ଘରେ ଉପସ୍ଥିତ ଥିବାରୁ ଅଧିକାରୀମାନେ ତାଙ୍କୁ ପଚରାଉଚରା କରୁଥିବା ଜଣାପଡ଼ିଛି । ସୁରକ୍ଷା ଦୃଷ୍ଟିରୁ ଚଢ଼ାଉ ଚାଲିଥିବା ଅଞ୍ଚଳରେ ଯାତାୟାତ ଉପରେ କଟକଣା ଲଗାଯାଇଛି ।

AAPର ପ୍ରଥମ ପ୍ରାର୍ଥୀ ତାଲିକାରେ ଅମନଦୀପ କୌରଙ୍କ ନାମ ଆସିବାର କିଛି ଦିନ ପରେ ED ପକ୍ଷରୁ ଏହି ଚଢ଼ାଉ କରାଯାଇଛି । ତେବେ ଏହି ଚଢ଼ାଉର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ । ମନି ଲଣ୍ଡରିଂ ସମ୍ପର୍କିତ କୌଣସି ମାମଲାରେ ଏହି ତଦନ୍ତ ହେଉଥିବା ନେଇ ସୂତ୍ରରୁ ସୂଚନା ମିଳିଛି ।

ଡକ୍ଟର ଅମନଦୀପ କୌର ଅରୋରା ମୋଗା ବିଧାନସଭା ଆସନର ବର୍ତ୍ତମାନର ବିଧାୟିକା । ଏହା ସହିତ ସେ ପଞ୍ଜାବରେ ଆମ୍ ଆଦମୀ ପାର୍ଟିର ମହିଳା ଶାଖାର ସଭାପତି ମଧ୍ୟ ଅଛନ୍ତି । ୨୦୨୨ ବିଧାନସଭା ନିର୍ବାଚନରେ ସେ ପ୍ରଥମଥର ପାଇଁ ମୋଗା ଆସନରୁ ବିଜୟୀ ହୋଇଥିଲେ। ତାଙ୍କ ବିଜୟ ସହ ଏହି ଆସନ ପ୍ରଥମଥର ପାଇଁ AAP ଖାତାକୁ ଯାଇଥିଲା । ଅମନଦୀପ କୌର ମୋଟ ୫୯,୧୪୯ ଖଣ୍ଡ ଭୋଟ୍ ପାଇଥିବାବେଳେ ୨୦,୯୧୫ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ ।

ଗୋଟିଏ ଦିନ ପୂର୍ବରୁ ପଞ୍ଜାବର ହୋସିଆରପୁରରେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ ସୁନ୍ଦର ଶାମ ଅରୋରାଙ୍କ ଘରେ ମଧ୍ୟ ED ଚଢ଼ାଉ କରିଥିଲା । ନଭେମ୍ବର ୨ ତାରିଖ ଭୋର ପ୍ରାୟ ୫ଟାରୁ ଏହି ଚଢ଼ଉ ଆରମ୍ଭ ହୋଇ ମଙ୍ଗଳବାର ପର୍ଯ୍ୟନ୍ତ ଚାଲିଥିଲା ।

Leave a Reply

Your email address will not be published. Required fields are marked *