Moradabad

ରାସ୍ତାକଡ଼ରେ ଖେଳୁଥିବା ବେଳେ ୬ ଶିଶୁଙ୍କ ଉପରେ ମାଡ଼ିଗଲା ବୋଲେରୋ, ୨ ମୃତ, ୪ ଗୁରୁତର

Spread the love

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ମୁରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଚାଲିଗଲା ୨ ଶିଶୁଙ୍କ ଜୀବନ । ରାସ୍ତାକଡ଼ରେ ୬ ଜଣ ଶିଶୁ ଖେଳୁଥିବା ବେଳେ ଦ୍ରୁତଗତିରେ ଆସୁଥିବା ଏକ ବୋଲେରୋ ଗାଡ଼ି ସେମାନଙ୍କୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ୨ ଜଣ ଶିଶୁଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଘଟଣା ପରେ ଉତ୍ତ୍ୟକ୍ତ ଗ୍ରାମବାସୀ ଗାଡ଼ି ଚାଳକଙ୍କୁ ଧରି ପ୍ରାୟ ୪ ଘଣ୍ଟା ଧରି ଅଟକ ରଖିଥିଲେ ।

ଖବର ମୁତାବକ, ମୁରାଦାବାଦର ମୁଢ଼ାପାଣ୍ଡେ ଥାନା ଅନ୍ତର୍ଗତ ମୁଢ଼ିଆ ଭାୟପୁର ଗାଁରେ ଶିଶୁମାନେ ନିଜ ଘର ସମ୍ମୁଖରେ ରାସ୍ତାକଡ଼ରେ ଖେଳୁଥିବା ସମୟରେ କରନପୁରରୁ ମୁଢ଼ାପାଣ୍ଡେ ଅଭିମୁଖେ ଯାଉଥିବା ଏକ ଦ୍ରୁତଗାମୀ ବୋଲେରୋ ସେମାନଙ୍କୁ ଧକ୍କା ଦେଇଥିଲା । ଏହି ଗାଡ଼ି ଧକ୍କାରେ ରାସ୍ତାକଡ଼ରେ ଦୋକାନ ଦେଇଥିବା ଜଣେ ବ୍ୟକ୍ତି ଏବଂ ତାଙ୍କ ମାଆ ମଧ୍ୟ ଆହତ ହୋଇଛନ୍ତି ।

ଦୁର୍ଘଟଣାରେ ୨ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ ଆହତମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ପଠାଯାଇଛି । ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଗ୍ରାମବାସୀ ରାସ୍ତା ଅବରୋଧ କରିବା ସହ ବୋଲେରୋ ଚାଳକଙ୍କୁ ଧରି ଅଟକ ରଖିଥିଲେ। ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଇ ଡ୍ରାଇଭରଙ୍କୁ ସୁରକ୍ଷିତ ଉଦ୍ଧାର କରି ନିଜ ହେପାଜତକୁ ନେଇଥିଲା ।

ମୁରାଦାବାଦ ଏସ୍ପି ସିଟି କୁମାର ରଣବିଜୟ ସିଂହଙ୍କ ସୂଚନା ଅନୁସାରେ, ଦୁର୍ଘଟଣାରେ ୨ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବାବେଳେ ୪ ଜଣ ଆହତ ହୋଇଛନ୍ତି । ଆହତଙ୍କ ଚିକିତ୍ସା ଜାରି ରହିଛି । ପୋଲିସ ବୋଲେରୋ ଗାଡ଼ି ସହ ଚାଳକଙ୍କୁ ହେପାଜତକୁ ନେଇଛି । ଘଟଣାର ଅଧିକ ତଦନ୍ତ ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଜାରି ରହିଛି ।

Leave a Reply

Your email address will not be published. Required fields are marked *