Rajasthan

ରାସ୍ତା ନିର୍ମାଣ ବେଳେ କରେଣ୍ଟ ଲାଗି ୮ ଶ୍ରମିକ ମୃତ

Spread the love

ରାଜସ୍ଥାନ : ରାଜସ୍ଥାନର ଝୁନଝୁନୁ ଜିଲ୍ଲାର ଛାପୋଲୀ ଗାଁରେ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଏକ ଅଘଟଣରେ ୮ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଘଟଣାରେ ଅନ୍ୟ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । କଦମ କୁଣ୍ଡ ଆଡ଼କୁ ଯାଉଥିବା ରାସ୍ତାରେ ନିର୍ମାଣ କାର୍ଯ୍ୟ ଚାଲିଥିବା ସମୟରେ ଉପର ଦେଇ ଯାଇଥିବା ୧୧ ହଜାର ଭୋଲ୍ଟର ଏକ ହାଇଟେନସନ ବିଦ୍ୟୁତ୍ ତାର ସଂସ୍ପର୍ଶରେ ରାସ୍ତା ତିଆରି କରୁଥିବା ଏକ ମେସିନ ଆସିଯାଇଥିଲା । ଫଳରେ ମେସିନରେ ବିଦ୍ୟୁତ୍ ପ୍ରବାହିତ ହେବାରୁ ସେଠାରେ କାମ କରୁଥିବା ଶ୍ରମିକମାନେ କରେଣ୍ଟର ଶିକାର ହୋଇଥିଲେ ।

ସୂଚନା ଅନୁଯାୟୀ, ଛାପୋଲୀ ଗାଁରେ କଦମ କୁଣ୍ଡ ନିକଟରେ ରାସ୍ତା ନିର୍ମାଣ କାମ ଚାଲିଥିଲା । ଏହି କାମରେ ଗୋଡ଼ି ମିଶାଉଥିବା ଏକ ମେସିନ୍ ନିର୍ମାଣ କାମରେ ବ୍ୟସ୍ତ ଥିବା ବେଳେ ହଠାତ୍ ୧୧ ହଜାର ଭୋଲ୍ଟ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯାଇଥିଲା । ହାଇଟେନସନ ଲାଇନରୁ ବିଦ୍ୟୁତ୍ ପ୍ରବାହ ମେସିନକୁ ଆସିଯିବାରୁ ଶ୍ରମିକମାନଙ୍କୁ ଭୀଷଣ ବିଦ୍ୟୁତ୍ ଝଟକା ଲାଗିଥିଲା । ଘଟଣାସ୍ଥଳରେ ହିଁ ୮ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା । ଶ୍ରମିକଙ୍କ ମୃତ୍ୟୁ ଖବର ପାଇ ଗାଁରେ ଶୋକର ଛାୟା ଖେଳିଯାଇଛି ।

ଏହି ଦୁର୍ଘଟଣାରେ ତିନି ଜଣ ଶ୍ରମିକ ଗୁରୁତର ଭାବେ ପୋଡ଼ି ହୋଇ ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ସେମାନଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବା ଜଣାପଡ଼ିଛି । ଏହି ଦୁର୍ଘଟଣା ପରେ ମୃତକଙ୍କ ପରିବାରରେ କାନ୍ଦବୋବାଳି ପଡ଼ିଯାଇଥିବା ବେଳେ ସମଗ୍ର ଅଞ୍ଚଳରେ ଶୋକାକୁଳ ମାହୋଲ ଦେଖାଦେଇଛି ।

Leave a Reply

Your email address will not be published. Required fields are marked *