ଦିଲ୍ଲୀବାସୀ ଅଣନିଶ୍ବାସୀ, ବାୟୁ ଗୁଣବତ୍ତା ମାନ ୩୫୦ ପାର୍
ନୂଆଦିଲ୍ଲୀ : ଅଣନିଶ୍ବାସୀ ହୋଇଗଲେଣି ଦିଲ୍ଲୀବାସୀ । ରାଜଧାନୀର ଅନେକ ଅଞ୍ଚଳରେ ବାୟୁର ଗୁଣବତ୍ତା ବହୁତ ଖରାପ ହେବାରେ ଲାଗିଛି । ରାଜଧାନୀ ଦିଲ୍ଲୀର ଅନେକ ଅଞ୍ଚଳରେ ବାୟୁର ସ୍ତର ଖରାପ ହେବାରେ ଲାଗିଛି । ବାୟୁ ଗୁଣବତ୍ତା ମାନ ୩୫୦ ପାର୍ କରିଛି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ତରଫରୁ ଜାରି ହୋଇଥିବା ସକାଳ ରେକଡର୍ ମୁତାବକ, ଅକ୍ଷରଧାମ ଏବଂ ଆଇଟିଓ ଆଖପାଖ ଅଞ୍ଚଳରେ ବାୟୁର ଗୁଣବତ୍ତା ୩୪୯ ରେକର୍ଡ କରାଯାଇଛି । ଇଣ୍ଡିଆ ଗେଟ୍ ଏବଂ ଜନପଥ ପାଖରେ ବାୟୁର ଗୁଣବତ୍ତା ୩୩୫ ରେକର୍ଡ କରାଯାଇଛି ।
ଦିଲ୍ଲୀ-ଏନସିଆରରେ ପ୍ରଦୂଷଣକୁ ରୋକିବା ପାଇଁ ନଭେମ୍ବର ୧ ତାରିଖରୁ ନୂଆ ପ୍ରତିବନ୍ଧକ ଲାଗୁ କରାଯାଇଛି । ପ୍ରତିବନ୍ଧକ ଲାଗିବା ପୂର୍ବରୁ ରବିବାର ବାୟୁର ଗୁଣବତ୍ତା ମାନ ଖରାପ ଶ୍ରେଣୀରେ ରହିଛି । ଦିଲ୍ଲୀରେ ବର୍ଷା ଯୋଗୁଁ ଦୁଇଦିନ ପୂର୍ବରୁ ବାୟୁର ଗୁଣବତ୍ତା ମାନ ହ୍ରାସ ପାଇଥିଲା । କିନ୍ତୁ ରବିବାର ଦିନ ବାୟୁର ଗୁଣବତ୍ତା ମାନ ଅଧିକ ହୋଇଥିଲା । ଦିଲ୍ଲୀରେ ବିଭିନ୍ନ ସ୍ଥାନରେ ୨୩ ଏକ୍ୟୁଆଇ ୩୦୦ ପାର୍ କରିସାରିଛି ।
ସିପିସିବି ଅନୁସାରେ, ଚଳିତ ସପ୍ତାହର ପ୍ରଦୂଷଣ ଆଗକୁ ଆହୁରି ବଢିବ, ଯାହାଦ୍ବାରା ଏକ୍ୟୁଆଇ ଅତି ଖରାପ ଶ୍ରେଣୀରେ ପହଞ୍ଚିବ । ଦିନକ ପୂର୍ବରୁ ଏକ୍ୟୁଆଇ ୧୧୭ ରହିଥିଲା, ଯାହା ରହିବାର ବଢି ୧୪୪ ହୋଇଯାଇଥିଲା । ଗତ ମାସ ୨୧ ଅକ୍ଟୋବରରେ ବାୟୁର ଗୁଣବତ୍ତା ୨୪୫ ରହିଥିଲା । ରବିବାର ପୂର୍ବରୁ ଦିଲ୍ଲୀରେ ଅଧିକ ଏକ୍ୟୁଆଇ ଜୁଲାଇ ୧୨ ପୂର୍ବର ରହିଥିଲା । ଦିଲ୍ଲୀରେ କୁହୁଡି ଆରମ୍ଭ ହେବା ଯୋଗୁଁ ଦୃଶ୍ୟତା ସାମାନ୍ୟ ହ୍ରାସ ପାଇଛି । ଦିଲ୍ଲୀରେ ନଭେମ୍ବର ୧ ତାରିଖରେ ସର୍ବନିମ୍ନ ତାପମାତ୍ର ୧୮ ଡିଗ୍ରୀ ସେଲସିୟସ ରହିଛି ।
