Florida Plane Crash

ଫ୍ଲୋରିଡାରେ ଭୟଙ୍କର ବିମାନ ଦୁର୍ଘଟଣା, ୯ ଜଣଙ୍କ ମୃତ୍ୟୁ

Spread the love

ଆମେରିକା: ଯୁକ୍ତରାଷ୍ଟ୍ର ଆମେରିକାର ଫ୍ଲୋରିଡାରେ ଭୟାବହ ବିମାନ ଦୁର୍ଘଟଣା । ଜଳିପୋଡ଼ି ପାଉଁଶ ହେଲା ‘ଲିଅରଜେଟ୍ ୬୦’ ବିଜନେସ୍ ଜେଟ୍ । ​ବିମାନରେ ଥିବା ସମସ୍ତ ୯ ଜଣ ଯାତ୍ରୀ ଓ କ୍ରିୟୁ ସଦସ୍ୟଙ୍କ ମୃତ୍ୟୁ । ​ଟେକ୍ସାସର ଅଷ୍ଟିନରୁ ବାହାମାସ ଅଭିମୁଖେ ଯାଉଥିବା ବେଳେ ପାମ ବିଚ୍ କାଉଣ୍ଟି ନିକଟରେ ତଳକୁ ଖସିପଡ଼ିଲା ବିମାନ । ​ଜନବସତି ଅଞ୍ଚଳରେ ଖସିପଡ଼ି ନିଆଁର ପିଣ୍ଡୁଳାରେ ପରିଣତ ହେଲା ବିମାନ । ରାସ୍ତାରେ ସୃଷ୍ଟି ହେଲା ବିରାଟ ଗର୍ତ୍ତ । ​ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ବିଦ୍ୟୁତ୍ ତାର ଛିଣ୍ଡିବା ସହ ଘରଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି ।

ଦୁର୍ଘଟଣା ପରେ ଶହ ଶହ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ପଡିଥିଲା । ​ପ୍ରତ୍ୟକ୍ଷଦର୍ଶୀଙ୍କ କ୍ୟାମେରା ଓ ଡ୍ୟାସକ୍ୟାମରେ କଏଦ ହେଲା ମିସାଇଲ ଭଳି ଖସିପଡ଼ି ବିସ୍ଫୋରଣ ହେବାର ହୃଦୟବିଦାରକ ଦୃଶ୍ୟ । ​ଦୁର୍ଘଟଣା ପୂର୍ବରୁ ପାଇଲଟ୍ ‘Mayday’ ଜରୁରୀକାଳୀନ ସଙ୍କେତ ଦେଇଥିବା କକପିଟ୍ ଅଡିଓରୁ ସୂଚନା ମିଳିଛି । ​ଦୁର୍ଘଟଣାର ପ୍ରକୃତ କାରଣ ଖୋଜିବା ପାଇଁ ତଦନ୍ତ ଆରମ୍ଭ କଲା FAA ଏବଂ NTSBର ଉଚ୍ଚସ୍ତରୀୟ ଟିମ୍ ।

Leave a Reply

Your email address will not be published. Required fields are marked *