ବିଜାପୁର ପୋଲିସ ନିକଟରେ ଆତ୍ମସମର୍ପଣ କଲେ ୬ ହାର୍ଡକୋର ମାଓବାଦୀ
ମାଲକାନଗିରି: ୬ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ୬ ମାଓବାଦୀ । ଏମାନଙ୍କ ମଧ୍ୟରେ ଅଛନ୍ତି ଓଡିଶାରେ ସକ୍ରିୟଥିବା ୪ ମାଓବାଦୀ ଓ ପଶ୍ଚିମ ବସ୍ତର ଡିଭିଜନର ଦୁଇ ହାର୍ଡକୋର ମାଓବାଦୀ ।
୪ ମାଓବାଦୀ ମାଓ ସଙ୍ଗଠନରେ PPCM କ୍ୟାଡ଼ର ଭାବେ କାର୍ଯ୍ୟ କରୁଥିବା ବେଳେ ସେମାନଙ୍କ ମୁଣ୍ଡ ଉପରେ ପୋଲିସ ୩୫ ଲକ୍ଷ ଟଙ୍କା ପୁରସ୍କାର ରଖିଥିଲା । ଏମାନେ ଦୀର୍ଘ ବର୍ଷ ହେବ ମାଓ ସଙ୍ଗଠନରେ ସକ୍ରିୟ ରହି ଅନେକ ହିଂସାକାଣ୍ଡ ଘଟେଇ ଆସୁଥିଲେ ।
ତେବେ ଛତିଶଗଡ଼ ସରକାରଙ୍କ ଆତ୍ମସମର୍ପଣ ନୀତିରେ ଆକର୍ଷିତ ହୋଇ ବିଜାପୁର SPଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କୁ ମଧ୍ୟ ଛତିଶଗଡ଼ ପୋଲିସର ଆତ୍ମସମର୍ପଣ ନୀତି ଅନୁସାରେ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ସବୁପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ବିଜାପୁର SP କହିଛନ୍ତି ।
