Blast e1791825287898 300x169

ଜାମ୍ମୁ-କାଶ୍ମୀରର ପୁଞ୍ଚ୍ ଜିଲ୍ଲାରେ IED ବିସ୍ଫୋରଣ, ୪ ପାକ୍ ଆତଙ୍କୀ ମୃତ

Spread the love

 ଜାମ୍ମୁ :  ଜାମ୍ମୁ-କାଶ୍ମୀରର ପୁଞ୍ଚ୍ ଜିଲ୍ଲାରେ ବଡ଼ ଧରଣର IED ବିସ୍ଫୋରଣ ।  ଭୟଙ୍କର ବିସ୍ଫୋରଣରେ ୪ ପାକିସ୍ତାନୀ ଆତଙ୍କୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପୁଞ୍ଚ୍ ଜିଲ୍ଲାର କୃଷ୍ଣା ଘାଟି ସେକ୍ଟର LoCର ଜିରୋ ଲାଇନ୍ ନିକଟ ସତୱାଲ-ନାକି ଅଞ୍ଚଳରେ ଏହି ଶକ୍ତିଶାଳୀ ବିସ୍ଫୋରଣ ହୋଇଛି। LoC ର ପାକିସ୍ତାନ ପାର୍ଶ୍ୱରେ କିଛି ଲୋକ ଯାତାୟାତ କରୁଥିବା ସମୟରେ ସନ୍ଦିଗ୍ଧ IED ବିସ୍ଫୋରଣ ହୋଇଥିବା କୁହାଯାଉଛି।

ତେବେ LoC ନିକଟରେ ଘଟିଥିବା ଏହି ବିସ୍ଫୋରଣରେ ସନ୍ଦିଗ୍ଧ ଆତଙ୍କୀ ନା ପାକିସ୍ତାନୀ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ହୋଇଛି ସେ ନେଇ ସ୍ପଷ୍ଟ ସୂଚନା ମିଳିନାହିଁ। ଅପରପକ୍ଷେ ସୀମାନ୍ତ ଅଞ୍ଚଳରେ ବିସ୍ଫୋରଣ ଯୋଗୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଭାରତୀୟ ସୀମା ସୁରକ୍ଷା ବଳ ସମଗ୍ର ସେକ୍ଟରରେ ଆଲର୍ଟ ଜାରି କରିଛନ୍ତି। ସୀମାରେ ଯେପରି କୌଣସି ଅନୁପ୍ରବେଶ ବା ସୁରକ୍ଷା ଉଲ୍ଲଂଘନ ନହୁଏ, ସେଥିପାଇଁ LoC ଅଞ୍ଚଳରେ ସତର୍କତା ଜାରି କରାଯାଇଛି।

ତେବେ ଏଇ ନିକଟରେ ପୁଞ୍ଚ୍ ର ମେଣ୍ଢର ସେକ୍ଟର ବସୋନି ଅଞ୍ଚଳରେ ଟ୍ରାକ୍ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ସେନା ବାହିନୀ ଦୁଇଟି ପୁରୁଣା ବାରୁଦ ସୁରଙ୍ଗ ଉଦ୍ଧାର କରିଥିଲେ। ଯାହାକୁ ପରେ ସେନା ବିଶେଷଜ୍ଞଙ୍କ ଦ୍ୱାରା ନିୟନ୍ତ୍ରିତ ବିସ୍ଫୋରଣ ମାଧ୍ୟମରେ ନଷ୍ଟ କରାଯାଇଛି।

Leave a Reply

Your email address will not be published. Required fields are marked *