ଏସସିବି ମେଡିକାଲରେ ମାନସିକ ରୋଗୀ ମୃତ୍ୟୁ ଘଟଣା: ୨ ଗିରଫ
କଟକ : କଟକ ଏସସିବି ମେଡିକାଲର ମାନସିକ ରୋଗ ବିଭାଗରେ ରୋଗୀଙ୍କୁ ପିଟିପିଟି ମାରିଦେବା ଅଭିଯୋଗ ଘଟଣାରେ କାର୍ଯ୍ୟାନୁଷ୍ଠାନ। ଜଣେ ଆଟେଣ୍ଡାଣ୍ଟ, ଜଣେ ସିକ୍ୟୁରିଟି ଗାର୍ଡଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କମିଶନରେଟ ପୋଲିସ । ଜଗନ୍ନାଥ ରାଓ ଓ ଦିଲୀପ ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ମଙ୍ଗଳାବାଗ ପୋଲିସ । ଏନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି। ଗତ ୩୦ ତାରିଖରେ ଚିକିତ୍ସାଧିନ ଅବସ୍ଥାରେ ଯାଜପୁରରୋଡ଼ ପହଙ୍ଗା ଅଂଚଳର ମାନସିକ ରୋଗୀ ଶ୍ରୀକାନ୍ତ ଦାସଙ୍କୁ ପିଟିପିଟି ମାରି ଦିଆଯାଇଥିଲା ବୋଲି ଅଭିଯୋଗ କରିଥିଲେ ପରିବାର ଲୋକେ ।
