1791645292 sonam wangchuk

ଦିଲ୍ଲୀରେ ସିଜେପିର ପ୍ରଦର୍ଶନ ବେଳେ ପୋଲିସ ବର୍ବରତାକୁ ନେଇ ଅନଶନ ଧମକ ଦେଲେ ସୋନମ ୱାଙ୍ଗଚୁକ୍

Spread the love

ଲେହ: ଦିଲ୍ଲୀରେ କକ୍ରୋଚ ଜନତା ପାର୍ଟି (ସିଜେପି)ର ପ୍ରଦର୍ଶନ ଓ ପ୍ରଦର୍ଶନକାରୀଙ୍କୁ ଅଟକ କରାଯିବା ଘଟଣାକୁ ନେଇ ଆକ୍ଟିଭିଷ୍ଟ ସୋନମ ୱାଙ୍ଗଚୁକ୍ କଡ଼ା ପ୍ରତିକ୍ରିୟା ଦେଇଛନ୍ତି ଓ ଦିଲ୍ଲୀ ପ୍ରୋଟେଷ୍ଟକୁ ସମର୍ଥନ କରିଛନ୍ତି। ଏ ନେଇ ସେ ଏକ୍ସ ରେ ଏକ ଭିଡିଓ ସେୟାର କରିଛନ୍ତି। କହିଛନ୍ତି ଭାରତରେ ‘ଅଘୋଷିତ ଏମାର୍ଜେନ୍ସୀ’ ଜାରି ହୋଇଛି। ସେ ସିଜେପିର ଅଭିଜିତ ଦୀପକେ ଓ ଅନ୍ୟମାନଙ୍କ ସହିତ ବଡ଼ ଧରଣର ଅଟକକୁ ନେଇ ସରକାରଙ୍କ ସମାଲୋଚନା କରିଛନ୍ତି। ୱାଙ୍ଗଚୁକ୍ କହିଛନ୍ତି ଯେ ଯଦି ସେମାନଙ୍କୁ କାଲି ସୁଦ୍ଧା ମୁକ୍ତ କରାନଯାଏ ତେବେ ସେ ପୁଣି ଥରେ ଅନସନ ଅଥବା ପଦଯାତ୍ରା ସମ୍ପର୍କରେ ଚିନ୍ତା କରିବାକୁ ବାଧ୍ୟ ହେବେ।

ସିଜେପି ଓ ବିରୋଧୀ ଦଳ ନେତାମାନଙ୍କୁ କଥିତ ନିର୍ବାଚନ ଗଡ଼ବଡି ଓ ମୁଖ୍ୟ ଇଲେକ୍ସନ କମିଶନର ଏବଂ ଶାସକ ବିଜେପି ମଧ୍ୟରେ ଅସାଧୁ ମେଣ୍ଟକୁ ନେଇ ଦିଲ୍ଲୀ ଜନ୍ତର ମନ୍ତରରେ ବିରୋଧ ପ୍ରଦର୍ଶନ କରିବାକୁ ଅନୁମତି ଦିଆଯାଇ ନଥିଲା। ତଥାପି ଅଲ ଇଣ୍ଡିଆ ଷ୍ଟୁଡେଣ୍ଟ ଆସୋସିଏସନ (ଏଆଇଏସଏ) ଓ ସିଜେପି ଆହ୍ୱାନରେ ଶନିବାର ଦିଲ୍ଲୀରେ ବଡ଼ ଧରଣର ପ୍ରଦର୍ଶନ ହୋଇଛି। ଏହି ପ୍ରଦର୍ଶନ ପୂର୍ବରୁ ପୋଲିସ ପ୍ରଶାସନ ସିଜେପି ସଂସ୍ଥାପକ ଅଭିଜିତ ଦୀପକେ, ସୌରଭ ଦାସ, ଆଶୁତୋଷ ରାଙ୍କାଙ୍କ ସମେତ ଏଆଇଏସଏ ନେତ୍ରୀ ନେହା ବୋରା ଆଦିଙ୍କୁ ଅଟକ କରିଥିବା ବେଳେ ବିଭିନ୍ନ ସ୍ଥାନରୁ ଆମ ଆଦମୀ ପାର୍ଟି ନେତା ଅରବିନ୍ଦ କେଜରିୱାଲ, ମମତା ବାନାର୍ଜୀ, ପି. ବିଜୟନ ଓ ମାଣିକ ସରକାରଙ୍କୁ ଅଟକ କରାଯାଇଛି।

ତେବେ ୱାଙ୍ଗଚୁକ୍ ପରିସ୍ଥିତିରେ ପରିବର୍ତ୍ତନର ଉଦାହରଣ ଦେଇ ଏହି ଆନ୍ଦୋଳନରୁ ବାହାରେ ରହିବେ ବୋଲି ପୂର୍ବରୁ ଦେଇଥିବା ବୟାନ ସମ୍ପର୍କରେ କହିଛନ୍ତି। ସେ କହିଛନ୍ତି ଯେ ଗତକାଲି ଯେତେବେଳେ ଆଜିର ବିରୋଧ ପ୍ରଦର୍ଶନରେ ଏକତା ଓ ଶାନ୍ତିର ନିବେଦନ କରି ଏକ ବାର୍ତ୍ତା ପୋଷ୍ଟ କରିଥିଲି ସେତେବେଳେ ଭାବିନଥିଲି ବିଶ୍ୱର ସର୍ବ ବୃହତ୍ତ ଗଣତନ୍ତ୍ରରେ ଅଘୋଷିତ ଏମାର୍ଜେନ୍ସୀ ଭଳି ପରିସ୍ଥିତି ସୃଷ୍ଟି ହେବ। ଶୁକ୍ରବାର ପୋଷ୍ଟରେ ୱାଙ୍ଗଚୁକ୍ ନିଜ କଥା କହିବା ପାଇଁ ଫୈଜ ଅହମଦଙ୍କ ପ୍ରସିଦ୍ଧ ସାୟେରୀରେ ସାମାନ୍ୟ ସମ୍ପାଦନା କରିଥିଲେ।

Leave a Reply

Your email address will not be published. Required fields are marked *