10bbs 60 10102026 112 2026 10 10 20 28 37

ରୁଷ୍‌ରୁ ତେଲ କିଣିବ ଆମେରିକା, ଘୋଷଣାକୁ ନେଇ ଜେଲେନସ୍କିଙ୍କ ସମାଲୋଚନା

Spread the love

ୱାସିଂଟନ: ଆମେରିକା ସହ ବିଶ୍ବ ବଜାରକୁ ରୁଷ୍‌ ଡିଜେଲ ଯୋଗାଇବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ଏହି ଘୋଷଣା କରିଛନ୍ତି। ବିଶ୍ବ ବଜାରରେ  ଅଶୋଧିତ ଦରକୁ କମାଇବା ଲାଗି ରୁଷ୍‌ ରାଜି ହୋଇଛି। ଟ୍ରମ୍ପ ପ୍ରଶାସନ ରୁଷ୍‌ ତେଲ ଉପରେ ଲଗାଇଥିବା କଟକଣାକୁ ଅସ୍ଥାୟୀ ଭାବେ ଉଠାଇ ଦେଇଛି। ଆସନ୍ତାବର୍ଷ ଏପ୍ରିଲ ୭ ତାରିଖ ପର୍ଯ୍ୟନ୍ତ ରୁଷ୍‌ ଡିଜେଲ ଉପରୁ ଆମେରିକା କଟକଣା ହଟାଇଥିବା କୁହାଯାଉଛି।

ସାମାଜିକ ଗଣମାଧ୍ୟମରେ ଟ୍ରମ୍ପ କହିଛନ୍ତି ଯେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହିତ ତାଙ୍କର ଅତ୍ୟନ୍ତ ସଫଳ ଆଲୋଚନା ହୋଇଛି। ରୁଷ୍‌ ତୁରନ୍ତ ଆମେରିକା ଓ ବିଶ୍ବ ବଜାରକୁ ୩ ଲକ୍ଷ ମେଟ୍ରିକ ଟନରୁ ଅଧିକ ଡିଜେଲ ଯୋଗାଇ ଦେବାକୁ ରାଜି ହୋଇଛି। ଏହା ପରେ ନଭେମ୍ବରରେ ୫ ଲକ୍ଷ ଟନ୍ ଏବଂ ତା ପରେ ୧ ନିୟୁତ ଟନ ଡିଜେଲ ରୁଷ୍‌ ଯୋଗାଇବ ବୋଲି ଟ୍ରମ୍ପ କହିଛନ୍ତି। ୨୦୨୨ ମସିହାରୁ ୟୁକ୍ରେନ ସହିତ ଯୁଦ୍ଧ ଚଳାଇଥିବାରୁ ରୁଷ୍‌ର ତେଲ କମ୍ପାନିଗୁଡ଼ିକ ଉପରେ ଆମେରିକା ୨୦୨୫ ଅକ୍ଟୋବରରେ କଟକଣା ଲଗାଇଥିଲା।

କିନ୍ତୁ ଆମେରିକା ଓ ବିଶ୍ବ ବଜାରକୁ ପୁଟିନ ଡିଜେଲ ଯୋଗାଇବା ଫଳରେ ଯେଉଁ ରାଜସ୍ବ ମିଳିବ ସେଥିରେ ପୁଟିନ ୟୁକ୍ରେନ ଯୁଦ୍ଧକୁ ଚଳାଇ ରଖିବାରେ ଅଧିକ ସମର୍ଥ ହେବେ। ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନ୍‌ସ୍କି ଆମେରିକାର ଏଭଳି ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି। ପୁଟିନଙ୍କୁ ଦିଆଯାଇଥିବା ଉପହାର ବିଶ୍ବ ପାଇଁ କୌଣସି ସୁବିଧା ବା ଶାନ୍ତି ଆଣିବ ନାହିଁ ବୋଲି ସେ ମତ ଦେଇଛନ୍ତି।

Leave a Reply

Your email address will not be published. Required fields are marked *