୨୦୦ ମିଟର ଗଭୀର ଖାଇକୁ ଖସିଲା କାର୍, ୪ ମୃତ, ଜଣେ ଗୁରୁତର
ହିମାଚଳ ପ୍ରଦେଶ : ହିମାଚଳ ପ୍ରଦେଶର କୁଲ୍ଲୁ ଜିଲ୍ଲା ଆନି ଉପଖଣ୍ଡରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭୋର ପ୍ରାୟ ସାଢ଼େ ୩.୩୦ ମିନିଟ ସମୟରେ ହରିପୁର ନିକଟରେ ହଠାତ୍ ଭାରସାମ୍ୟ ହରାଇଲା ୨୦୦ ମିଟର ଖାଇକୁ ଖସିପଡିଥିଲା । ଘଟଣାରେ ୪ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପୋଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ । ଗଭୀର ଖାଇ ଭିତରକୁ ଓହ୍ଲାଇ ଆରମ୍ଭ ହୋଇଥିଲା ଉଦ୍ଧାର କାର୍ଯ୍ୟ ।
ଖବର ମୁତାବକ, ସୋମବାର ରାତିରେ ଗାଡ଼ିଟି ଅନିୟନ୍ତ୍ରିତ ହୋଇ ୨୦୦ ମିଟର ଖାଇକୁ ଖସିପଡିଥିଲା । । ଘଟଣାରେ ୪ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ଜଣେ ସମ୍ପର୍କୀୟଙ୍କ ବିବାହରେ ଯୋଗଦେଇ ଖୁସିରେ ଘରକୁ ଫେରୁଥିଲେ । କିନ୍ତୁ ଘରେ ପହଞ୍ଚିବା ପୂର୍ବରୁ ହିଁ ଅଘଟଣ ଘଟିଗଲା । କାରରେ ଥିବା ପାଞ୍ଚ ଜଣ ଯାକ ଗୋଟିଏ ଗାଁର ସମ୍ପର୍କୀୟ । ଏମାନେ ସମସ୍ତେ ଜାବୋଡା ଗାଁର ବାସିନ୍ଦା ।
ଦୁର୍ଘଟଣାରେ ଗୁରୁତର ଆହତଙ୍କୁ ଗୁରୁତର ଥିବାରୁ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଉଦ୍ଧାର କାର୍ଯ୍ୟ ପାଇଁ ପୋଲିସ ଏବଂ ଉଦ୍ଧାରକାରୀ ଦଳକୁ ଦୀର୍ଘ ସମୟ ଲାଗିଥିଲା । ତେବେ ଦୁର୍ଘଟଣାରେ ମୃତକଙ୍କ ପରିଚୟ ମିଳିନାହିଁ । ଏହି ଦୁର୍ଘଟଣା ପରେ ପୂରା ଅଞ୍ଚଳରେ ଶୋକର ଛାୟା । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
