ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ କଟାଭାଲ ପିଇଓଙ୍କ ଘରେ ଭିଜିଲାନ୍ସ ରେଡ୍
ବରଗଡ଼: ଭିଜିଲାନ୍ସ ଜାଲରେ ଫସିଲେ କଟାଭାଲ ପିଇଓ କାର୍ତ୍ତିକେଶ୍ବର ବେହେର। ପିଇଓଙ୍କ ଘରୁ ମିଳିଲାଣି ୨.୯୮ ଲକ୍ଷ ଟଙ୍କା। ପୈତୃକ ଘର କନ୍ଦାଗାଡ଼ରୁ ଭିଜିଲାନ୍ସ ରେଡ୍ ବେଳେ ଏହି ଟଙ୍କା ଜବତ ହୋଇଛି। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ପିଇଓଙ୍କ ଘରେ ଚାଲିଛି ରେଡ୍। କାର୍ତ୍ତିକେଶ୍ବର ବେହେରାଙ୍କ ପୈତୃକ ଘର ସମେତ ୬ଟି ସ୍ଥାନରେ ରେଡ୍ ଚାଲିଛି।
ଏହି ଚଢାଉରେ କାର୍ତ୍ତିକେଶ୍ବରଙ୍କ ୩୦ ପ୍ଲଟ ଠାବ ହୋଇଛି। ଗାଏସିଲେଟରେ ଦ୍ୱିମହଲା କୋଠା ସହ ଏକ ନିର୍ମାଣାଧୀନ ୪ ମହଲା କୋଠା, କନ୍ଦାଗଡ଼ାରେ ଏକ ମାର୍କେଟ କମ୍ପେ୍ଲକ୍ସ, ଗୋଦାମ ଘର ମଧ୍ୟ ଭିଜିଲାନ୍ସ ଠାବ କରିଛି। ଗାଏସିଲେଟ ଓ କନ୍ଦାଗଡ଼ାରେ ୩୦ଟି ପ୍ଲଟ ଠାବ ନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି। ତାଙ୍କ ଘରୁ ମିଳିଲା ୨ ଲକ୍ଷ ୯୮ ହଜାର ଟଙ୍କା। ମୋଟ ସମ୍ପତ୍ତିର ମୂଲ୍ୟାୟନ ଜାରି ରହିଛି।
