Images

ସିଷ୍ଟମ ଘନୀଭୂତ ହୋଇପାରେ, ବିଚଳିତ ନହେବାକୁ ମନ୍ତ୍ରୀଙ୍କ ପରାମର୍ଶ

Spread the love

ଭୁବନେଶ୍ବର ୧୮।୯: ଉତ୍ତର ଥାଇଲାଣ୍ଡ ଉପରେ ଥିବା ଘୂର୍ଣ୍ଣିବଳୟ ଉତ୍ତର ଆଣ୍ଡାମାନ ସାଗରକୁ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଆସିବ । ଏହା ଶନିବାର ସନ୍ଧ୍ୟା ସୁଦ୍ଧା ସେହି ଅଞ୍ଚଳରେ ଲଘୁଚାପ ରୂପ ନେବ । ତେବେ ଲଘୁଚାପଟି କେଉଁ ରୂପ ନେବ ତାହା ଶନିବାର ସନ୍ଧ୍ୟା ପରେ ସ୍ପଷ୍ଟ ହେବ । ଆମେ ପ୍ରସ୍ତୁତ ଅଛୁ, ଲୋକଙ୍କୁ ବିଚଳିତ ନ ହେବାକୁ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ପରାମର୍ଶ ଦେଇଛନ୍ତି ।

ମନ୍ତ୍ରୀ କହିଛନ୍ତି, ବିପର୍ଯ୍ୟୟ ପରିଚାଳନା ବିଭାଗର ସମସ୍ତ ଅଧିକାରୀଙ୍କ ସହ ବ୍ୟାପକ ଆଲୋଚନା ହୋଇଛି । ଆଇଏମଡି ସହ ଲଗାତାର ଆଲୋଚନା ହେଉଛି । ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଶନିରକ ଲଘୁଚାପର ରୂପ ନେବ । ଏହା ବାସ୍ତବରେ କେଉଁ ରୂପ ନେବ ତାହା ଆସନ୍ତାକାଲି ସନ୍ଧ୍ୟାରେ ସ୍ପଷ୍ଟ ହେବ । ସବିଶେଷ ଚିତ୍ର ସ୍ପଷ୍ଟ ହେବା ପରେ ଏହା ଉପରେ ନିଷ୍ପତି ନିଆଯିବ । ୨୩ ଆଡ଼କୁ ହୁଏତ ସିଷ୍ଟମ ଘନୀଭୂତ ହୋଇପାରେ କିନ୍ତୁ ବିଚଳିତ ହେବାର ଆବଶ୍ୟକତା ନାହିଁ । ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ।

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଅଢ଼େଇ ମାସରେ ୧୧ ଥର ଲଘୁଚାପ ଆସିଲା । କିଛି ଘନୀଭୂତ ହୋଇ ଅବପାତର ରୂପ ନେଲା । ଓଡ଼ିଶାରେ ଥିବା ନଦୀରୁ ଆରମ୍ଭ କରି ଛତିଶଗଡ, ଝାଡ଼ଖଣ୍ଡ ନଦୀ ଫୁଲିଲା । ଫଳରେ ବିପର୍ଯ୍ୟୟର କରାଳ ରୂପ ଦେଖିଲୁ । ନଦୀ ଅବବାହିକା ଗୁଡ଼ିକ ୟାରି ଭିତରେ ଏତେ ବର୍ଷରେ ଦୁର୍ବଳ ହେଲାଣି । ଆଇଆଇଟି ରୁର୍କି ସହ ରାଜ୍ୟ ସରକାରଙ୍କ ଆଲୋଚନା ଚାଲିଛି ବନ୍ୟାର ପ୍ରକୋପ କିଭଳି କମାଯାଇ ପାରିବ । ଭିତ୍ତିଭୂମି ତିଆରି, ନଦୀର ଡ୍ରିଜିଂ, ଏମ୍ବାର୍କମେଣ୍ଟ ସହ ବନ୍ୟା ପରିଚାଳନା ଓ କମାଇବା ପାଇଁ ଲମ୍ବା କାମ ଚାଲିବ ବୋଲି ମନ୍ତ୍ରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *