Screenshot 2026 09 18 160324

ସୁନ୍ଦରଗଡ଼ରେ ଥମୁନି ସ୍କ୍ରବ୍ ଟାଇଫସ୍‌ ସଂକ୍ରମଣ, ୮୭୧ ଜଣଙ୍କ ରିପୋର୍ଟ ପଜିଟିଭ୍

Spread the love

ସୁନ୍ଦରଗଡ: ସୁନ୍ଦରଗଡ଼ରେ ଚିନ୍ତା ବଢ଼ାଇଛି ସ୍କ୍ରବ୍ ଟାଇଫସ୍। ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଜଣେ ପରେ ଜଣେ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ବର୍ତ୍ତମାନ ସୁଦ୍ଧା ୮୭୧ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ସୂଚନା ରହିଛି । ଏତେ ସଂଖ୍ୟକ ପଜିଟିଭ ଚିହ୍ନଟ ପରେ ରୋଗ ନିୟନ୍ତ୍ରଣ ସହ ଲୋକଙ୍କ ମଧ୍ୟରେ ସଚେତନତା ବଢ଼ାଇବା ସ୍ୱାସ୍ଥ୍ୟ ବିଭାଗ ପାଇଁ ବଡ଼ ଆହ୍ବାନ ପାଲଟିଛି ।

ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ଏହି ରୋଗରେ ଜିଲ୍ଲାରେ କାହାରି ମୃତ୍ୟୁ ହୋଇନାହିଁ । ଜିଲ୍ଲାରେ ଏପର୍ଯ୍ୟନ୍ତ ୫ ହଜାର ୫୪୫ ଜଣଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଛି ।

ସୂଚନାଥାଉକି, ସ୍କ୍ରବ୍ ଟାଇଫସ୍ ଏକ ସଂକ୍ରମଣଜନିତ ରୋଗ। ଏହାର ଲକ୍ଷଣ ଦେଖାଦେଲେ ଅବହେଳା ନକରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

ସ୍କ୍ରବ୍ ଟାଇଫସର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ସ୍ତରରେ ସଚେତନତା ଅଭିଯାନ ଚାଲିଛି। ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ ଏବଂ ମେଡିକାଲ୍ ଟିମ୍ ଗାଁ ଗାଁ ବୁଲି ଲୋକଙ୍କୁ ରୋଗ ସମ୍ପର୍କରେ ସଚେତନ କରୁଛନ୍ତି। ବିଶେଷକରି ଜଙ୍ଗଲ କିମ୍ବା ବିଲକୁ ଯିବା ସମୟରେ ସମ୍ପୂର୍ଣ୍ଣ ଶରୀର ଢାଙ୍କି ରହିବା ଭଳି ପୋଷାକ ପିନ୍ଧିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଉଛି। ଏଥିସହ ଜ୍ୱର ହେଲେ ତାହାକୁ ଅଣଦେଖା ନକରି ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ଯାଇ ଚିକିତ୍ସକଙ୍କ ପରାମର୍ଶ ନେବାକୁ ସ୍ୱାସ୍ଥ୍ୟକର୍ମୀମାନେ କହୁଛନ୍ତି।

Leave a Reply

Your email address will not be published. Required fields are marked *