ପାଲେଷ୍ଟାଇନକୁ ଫ୍ରାନ୍ସର ସ୍ବୀକୃତି

ଜାତିସଂଘ: ମଙ୍ଗଳବାରଠାରୁ ଜାତିସଂଘ ସାଧାରଣ ପରିଷଦର ବୈଠକ ଆରମ୍ଭ ହୋଇଛି। ଏହି ଅବସରରେ ଫ୍ରାନ୍ସ ପକ୍ଷରୁ ପାଲେଷ୍ଟାଇନକୁ ସ୍ବାଧୀନ ରାଷ୍ଟ୍ରଭାବେ ସ୍ବୀକୃତି ପ୍ରଦାନ କରାଯାଇଛି। ଏଥିସହିତ ହମାସ୍‌ (ପାଲେଷ୍ଟାଇନରେ ସକ୍ରିୟ ଥିବା ଆତଙ୍କବାଦୀ ସଂଗଠନ) ବିରୋଧରେ ଚାଲିଥିବା ଯୁଦ୍ଧ ବନ୍ଦ କରିବାକୁ … Read More

ଭାରତ-ପାକ୍‌ ସମେତ ୭ ଯୁଦ୍ଧ ବନ୍ଦ କରିଛି: ଟ୍ରମ୍ପ

ନ୍ୟୁୟର୍କ: ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧ ସହିତ ବିଶ୍ବର ୭ଟି ଯୁଦ୍ଧକୁ ବନ୍ଦ କରିଥିବାର ଦାବି କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ମଙ୍ଗଳବାର ନ୍ୟୁୟର୍କରେ ଆୟୋଜିତ ଜାତିସଂଘ ସାଧାରଣ ପରିଷଦର ୮୦ତମ ସମାବେଶକୁ ସମ୍ବୋଧନ କାଳରେ ଟ୍ରମ୍ପ … Read More

ବର୍ଷାରେ ବେହାଲ କୋଲକାତା, ସର୍ଟସର୍କିଟ ଯୋଗୁଁ ୧୧ ମୃତ

କୋଲକାତା: ଭୀଷଣ ବର୍ଷାରେ କୋଲକାତା ଠପ୍ । ମାତ୍ର କିଛି ଘଣ୍ଟାର ବର୍ଷା କୋଲକାତା ସହରର ଜନଜୀବନକୁ ଅସ୍ତବ୍ୟସ୍ତ କରି ଦେଇଛି । ବର୍ଷା ଯୋଗୁଁ ବିଦ୍ୟୁତ ସର୍ଟସର୍କିଟ ହୋଇ ୧୧ ଜଣଙ୍କ ମୃତ୍ୟୁ ହୋଇଛି । ରାସ୍ତା ଉପରେ ଚାଲୁଛି ୩ … Read More

ଟ୍ରେନ ଧକ୍କାରେ ଚାଲିଗଲା ଦୁଇ ଭାଇଙ୍କ ଜୀବନ

ରାଉରକେଲା: ଟ୍ରେନ ଧକ୍କାରେ ଗଲା ଦୁଇ ଭାଇଙ୍କ ଜୀବନ । ରାଉରକେଲା ବାସନ୍ତୀ କଲୋନୀ ନିକଟରେ ଟ୍ରେନ ଧକ୍କାରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି । ମୃତକ ଦୁଇଜଣ ସ୍ଥାନୀୟ ହରିପୁର ବସ୍ତିର ବୋଲି ସୂଚନା ମିଳିଛି । ରେଳ ଲାଇନ ପାର ହେଲା … Read More

ବିଧାନସଭାରେ ଶୀତଳ ଭଣ୍ଡାର ତାତି

ଭୁବନେଶ୍ୱର : ବିଧାନସଭାରେ ଶୀତଳ ଭଣ୍ଡାର ତାତି।  ଶୀତଳ ଭଣ୍ଡାର ନିର୍ମାଣକୁ ନେଇ ଦୁଇ ରାଜା ମୁହାମୁହିଁ।  ଯେଉଁ ସରକାର ସାର ଯୋଗାଇ ପାରିଲେନି, ଶୀତଳଭଣ୍ଡାର କେମିତି କରିବେ କହିଲେ ବୋଲି ପ୍ରଶ୍ନକାଳରେ ପ୍ରଶ୍ନ କରିଥିଲେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ। … Read More

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପୂଜା ପାଇଁ ଆଗୁଆ ମିଳିବ ଦରମା

ଭୁବନେଶ୍ୱର : ଶାରଦୀୟ ଦୁର୍ଗାପୂଜା ପାଇଁ ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କୁ ଆଗୁଆ ମିଳିବ ଦରମା । ଚଳିତ ସେପ୍ଟେମ୍ବର ମାସର ଦରମା ୨୬ ତାରିଖରେ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଅନୁଯାୟୀ, … Read More

ତେଲନଦୀରେ ଫସିଥିବା ଦୁଇ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କଲେ ଅଗ୍ନିଶମ ବାହିନୀ

ନବରଙ୍ଗପୁର: ଛେଳି ଚରାଇବାକୁ ଯାଇଥିବା ସମୟରେ ତେଲନଦୀରେ ଫସିଲେ ଦୁଇ ବ୍ୟକ୍ତି । ଆଉ ଏ ଖବର ନିଆଁ ଭଳି ସାରା ଅଞ୍ଚଳରେ ବ୍ୟାପିଗଲା । ଯାହାପରେ ସ୍ଥାନୀୟ ବାସିନ୍ଦା ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି … Read More

ସାର ପାଇଁ ପୁଣି ରାସ୍ତାକୁ ଓହ୍ଲାଇଲେ ଚାଷୀ; ବୁଝାସୁଝା ପରେ ହଟିଲା ରାସ୍ତାରୋକ

ହରଭଙ୍ଗା :ବୌଦ୍ଧ ଜିଲ୍ଲାରେ ସାର ପାଇଁ ପୁଣି ଥରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ। ଖୁଣ୍ଟବନ୍ଧଠାରେ ଚାଷୀମାନେ ୫୭ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ପରେ ପୁଲିସ୍‌ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା। ଚାଷୀ ଙ୍କ ଅଭିଯୋଗ ଅନୁଯାୟୀ ଚାଷୀ … Read More

ଜାତୀୟ ଚଳଚିତ୍ର ଉତ୍ସବରେ ପୁଷ୍କରାକୁ ଶ୍ରେଷ୍ଠ ଓଡିଆ ଚଳଚିତ୍ର ପୁରସ୍କାର, ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର : ଜାତୀୟ ଚଳଚିତ୍ର ଉତ୍ସବରେ ପୁଷ୍କରାକୁ ଶ୍ରେଷ୍ଠ ଓଡିଆ ଚଳଚିତ୍ର ପୁରସ୍କାର ମିଳିଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିନନ୍ଦନ ଜଣାଇଛନ୍ତି। ଚଳଚ୍ଚିତ୍ର ସହ ଜଡିତ ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି। ଓଡିଆ ଚଳଚ୍ଚିତ୍ର ଜଗତ ଏପରି ଉତ୍ତମ … Read More

୨୦ ଲକ୍ଷ ଟଙ୍କା ପାଇଁ ଶୁଭମିତ୍ରାଙ୍କୁ ହତ୍ୟା: ଆଇନମନ୍ତ୍ରୀ

ଭୁବନେଶ୍ଵର: ୨୦ ଲକ୍ଷ ଟଙ୍କା ପାଇଁ ପୁଲିସ୍‌ କନଷ୍ଟେବଳ ଶୁଭମିତ୍ରାଙ୍କୁ ହତ୍ୟା କରାଯାଇଛି। ଆଜି ବିଧାନସଭାରେ ମୁଲତବୀ ଆଲୋଚନାବେଳେ ଏହା କହିଛନ୍ତି ଆଇନମନ୍ତ୍ରୀ ପୃଥୀରାଜ ହରିଚନ୍ଦନ । ଦୀପକ ପ୍ରଥମ ପତ୍ନୀ ଅପର୍ଣ୍ଣା ପ୍ରିୟଦର୍ଶିନୀକୁ ମଧ୍ୟ ହତ୍ୟା କରିଥିଲା। ବୀମା ଅର୍ଥ ପାଇବାକୁ … Read More