ଦାୟିତ୍ୱ ଗ୍ରହଣ ପରେ ମହାପ୍ରଭୁଙ୍କ ଦର୍ଶନ କଲେ ନୂଆ ଡିଜିପି

ଭୁବନେଶ୍ବର : ପୁଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଆଜି ପୁରୀ ଯାଇ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି ଯୋଗେଶ ବହାଦୂର ଖୁରାନିଆ। ମହାପ୍ରଭୁଙ୍କ ଦର୍ଶନ କରିବା ପରେ ପୁରୀ ପୁଲିସ ପକ୍ଷରୁ ତାଙ୍କୁ ଖଣ୍ଡୁଆ ପ୍ରଦାନ କରାଯାଇଥିଲା। ପ୍ରତିକ୍ରିୟାରେ … Read More

ବିଜେପିର ରାଜ୍ୟସଭା ପ୍ରାର୍ଥୀ ହେବେ ମମତା ମହାନ୍ତ!

ଭୁବନେଶ୍ବର: ବିଜେପିର ରାଜ୍ୟସଭା ପ୍ରାର୍ଥୀ ହେବେ ମମତା ମହାନ୍ତ। ମମତାଙ୍କୁ ପୁଣିଥରେ ରାଜ୍ୟସଭା ପଠାଇବ ବିଜେପି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ପ୍ରଭାରୀ ବିଜୟ ପାଲ ସିଂ ତୋମାର। ତାଙ୍କ କହିବା ମୁତାବକ, ମମତା ମହନ୍ତ ବିଜେପି ଟିକେଟରୁ ପୁଣିଥରେ … Read More

GST ଅତିରିକ୍ତ କମିଶନରଙ୍କ ଘରେ ପଶିଲା ଭିଜିଲାନ୍ସ; ୫ଟି ସ୍ଥାନରେ ଚଢ଼ାଉ

ଭୁବନେଶ୍ବର : GST ଅତିରିକ୍ତ କମିଶନରଙ୍କ ଘରେ ପଶିଲା ଭିଜିଲାନ୍ସ। ଯାଜପୁର CT&GST ଏନ୍‌ଫୋର୍ସମେଣ୍ଟ ଅତିରିକ୍ତ କମିଶନର ବିନୟ ଭୂଷଣ ତ୍ରିପାଠୀଙ୍କ ଘରେ ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ସରକାରୀ ଟିକସ ହେରଫେର ଅଭିଯୋଗରେ ଏହି ଚଢ଼ାଉ ହୋଇଥିବା … Read More

ବଜ୍ରପାତରେ ୧୦ ମୃତ , ୧୭ ଆହତ

ଭୁବନେଶ୍ବର : ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରାଘାତରେ ଏକ ଦମ୍ପତିଙ୍କ ସମେତ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୭ ଜଣ ଆହତ ହୋଇଛନ୍ତି। ମୟୂରଭଞ୍ଜ, ଭଦ୍ରକ, କେନ୍ଦ୍ରାପଡ଼ା, ଗଞ୍ଜାମ, ଯାଜପୁର, କେନ୍ଦୁଝର ଓ ଢେଙ୍କାନାଳ ଜିଲ୍ଲାରେ ଏହି ଘଟଣାଗୁଡ଼ିକ ଘଟିଛି। … Read More

ଅରୁଣ ସ୍ତମ୍ଭ ଆଗରେ ଭାସୁଛି ପେଜ ପାଣି, ଭକ୍ତ ଅସନ୍ତୁଷ୍ଟ

ପୁରୀ : କୋଟି କୋଟି ଟଙ୍କା ବ୍ୟୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶେଷ ହେବାର ୬ ମାସ ନ ପୁରୁଣୁ ଦେଖାଦେଲାଣି ସାଂଘାତିକ ତ୍ରୁଟି। ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖ ଅରୁଣ ସ୍ତମ୍ଭ ସାମ୍ନାରେ ଭାସୁଛି ପେଜ ନଳାରୁ ନିର୍ଗତ ପାଣି। ଏହାର … Read More

୨୫ରେ ଶଙ୍ଖ ଭବନରେ ଆୟୋଜିତ ହେବ ବିଜେଡିର ପ୍ରଶିକ୍ଷଣ ଶିବିର

ଭୁବନେଶ୍ବର: ବିଜେଡି ନିଜର ନବନିର୍ବାଚିତ ବିଧାୟକମାନଙ୍କୁ ପ୍ରଶିକ୍ଷଣ ଦେବା ଲାଗି ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିଛି। ଆଗାମୀ ୨୫ ତାରିଖରେ ଶଙ୍ଖ ଭବନରେ ଆୟୋଜିତ ହେବ ଏହି ପ୍ରଶିକ୍ଷଣ ଶିବିର। ଏଥିରେ ବରିଷ୍ଠ ତଥା ଅନୁଭବୀ ନେତା ବିଧାନସଭାର ନୀତି ନିୟମ … Read More

ଅତିରିକ୍ତ ଯୋଗାଣ ଅଧିକାରୀ ଗିରଫ; ଠୁଳ କରିଥିଲେ ଆୟଠାରୁ ଅଧିକ ସମ୍ପତ୍ତି

କଟକ : ଭିଜିଲାନ୍ସ ସ୍କାନରରେ ସରକାରୀ ବାବୁ। ଜଣକ ପରେ ଜଣେ ବଡ଼ ଅଧିକାରୀଙ୍କ ଘରେ ରେଡ୍ ପରେ ବନ୍ଧାଯାଉଛନ୍ତି। ଗତକାଲି ଭିଜିଲାନ୍ସ ଜାଲରେ ପଡ଼ିଥିବା କେନ୍ଦ୍ରାପଡ଼ାର ଅତିରିକ୍ତ ଯୋଗାଣ ଅଧିକାରୀ ପ୍ରଦୀପ ମହାପାତ୍ର ଆଜି ବନ୍ଧାଯାଇଛନ୍ତି। ଆୟ ବର୍ହିଭୂତ ସମ୍ପତ୍ତି … Read More

ପିଲାଙ୍କୁ ମିଳିଲା ପଚା ଅଣ୍ଡା ତରକାରୀ ! ୬୦ ହସ୍ପିଟାଲରେ ଭର୍ତ୍ତି

ଝାରସୁଗୁଡ଼ା : ମଧ୍ୟାହ୍ନ ଭୋଜନରେ ମିଳିଲା ପଚା ଅଣ୍ଡା ତରକାରୀ। ଆଉ ତାହାକୁ ଖାଇ ଅସୁସ୍ଥ ହୋଇଗଲେ ୬୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ । ପିଲାମାନେ ଏବେ ମେଡିକାଲରେ ଚିକିତ୍ସାଧୀନ ଥିବା ବେଳେ ଏପରି ସାଂଘାତିକ ଅଭିଯୋଗ ଆଣିଛନ୍ତି ଅଭିଭାବକ । ଏପରି … Read More

ଖୁସି ଖବର; ରାସନକାର୍ଡ ହିତାଧିକାରୀ ପାଇବେ ଚାଉଳ ସହ ଗହମ

ଭୁବନେଶ୍ବର : ଏଣିକି ରାସନ କାର୍ଡ ହିତାଧିକାରୀଙ୍କୁ ଚାଉଳ ସହ ଗହମ ମିଳିବ। ମୁଣ୍ଡପିଛା ମାସକୁ ୪ କିଲୋ ଚାଉଳ ଓ ୧କିଲୋ ଗହମ ମିଳିବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଘୋଷଣା କରିଛନ୍ତି। … Read More

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ପଦ ଛାଡ଼ିଲେ ଅସିତ୍ ତ୍ରିପାଠୀ

ଭୁବନେଶ୍ବର : ପଶ୍ଚିମଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ପଦରୁ ପୂର୍ବତନ ମୁଖ୍ୟସଚିବ ଅସିତ୍ କୁମାର ତ୍ରିପାଠୀ ଇସ୍ତଫା ଦେଇଛନ୍ତି । ତାଙ୍କର ଇସ୍ତଫାକୁ ରାଜ୍ୟ ସରକାର ଆଜି ଅପରାହ୍ନରୁ ଗ୍ରହଣ କରିଥିବା ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଶ୍ରୀ … Read More