ରାଜ୍ୟ କ୍ୟାବିନେଟ୍‌ରେ ୧୩ଟି ପ୍ରସ୍ତାବକୁ ମଂଜୁରୀ; ଓଡ଼ିଶା ସିଭିଲ ପରୀକ୍ଷା ପାଇଁ ବୟସ ସୀମା ୩୮କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଶନିବାର ୧୩ଟି ପ୍ରସ୍ତାବ ଉପରେ ମୋହର ଲାଗିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକ ପରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର … Read More

ଅରୁଣ କୁମାର ଷଡ଼ଙ୍ଗୀଙ୍କୁ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ବର: ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ଡିସେମ୍ବର ୩୧ରେ ଅବସର ନେବେ। ଏହା ପୂର୍ବରୁ ଆଜି ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତୀୟ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ସରକାର ୧୯୯୦ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ … Read More

ଜାନୁଆରି ୫ରେ ରାୟଗଡ଼ା ବନ୍ଦ ଡ଼ାକରା

ରାୟଗଡ଼ା: ଚଳିତ ମାସ ଡିସେମ୍ବର ୨୧ତାରିଖରେ ଚନ୍ଦ୍ରପୁରରେ ଆଦିବାସୀ ଯୁବତୀ ଲକ୍ଷ୍ମୀ ମାଝିଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ବେଳେ ଆଜକୁ ଦଶଦିନ ବିତିଯାଇଥିଲେ ମଧ୍ୟ ଘଟଣାରେ ସଂପୃକ୍ତ ହତ୍ୟାକାରୀଙ୍କୁ ପୁଲିସ ଗିରଫ କରି ପାରୁନାହିଁ। ଫଳରେ ପୀଡିତ ପରିବାରମାନଙ୍କୁ … Read More

ଖଲିପତ୍ର, କପଡ଼ାରେ ପ୍ରସ୍ତୁତ ପରିବେଶ ଅନୁକୂଳ ଜିନିଷ ବ୍ୟବହାର କରିବାକୁ ପରାମର୍ଶ

ଭୁବନେଶ୍ୱର: ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ୍‌ ଓ ପଲିଥିନର ବହୁଳ ବ୍ୟବହାର ଆଜି ସାରା ବିଶ୍ୱରେ ବଡ଼ ଆହ୍ୱାନ ସୃଷ୍ଟି କରିଛି। ତେଣୁ ଏହାର ବ୍ୟବହାରକୁ ରୋକିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ବିଶେଷ ସଚତେନତା କାର୍ଯ୍ୟକ୍ରମ–‘ପ୍ଲାଷ୍ଟିକ୍‌ ମୁକ୍ତ … Read More

ବିଜେଡି ସହ ହେବ ମୁହାଁମୁହିଁ ଲଢେଇ, ବୈଠକ ପରେ କହିଲେ ଜୟନାରାୟଣ

ଭୁବନେଶ୍ୱର: ବିଜେପି ପଦାଧିକାରୀ ବୈଠକ ଶେଷ ହେବା ପରେ ବଡ ବୟାନ ଦେଇଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ୨୦୨୪ ନିର୍ବାଚନ ପାଇଁ ବିଜେପିର ରଣନୀତିକୁ ନେଇ ଜୟନାରାୟଣ କହିଛନ୍ତି, ଜାନୁଆରୀ ୫ ପରେ ସଂଘର୍ଷ ଆରମ୍ଭ … Read More

୧୧ଟି ପାର୍ବତୀଗିରି ବୃହତ ଉଠାଜଳସେଚନ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ରଖିଲେ ମୁଖ୍ୟମନ୍ତ୍ରୀ, ଖର୍ଚ୍ଚ ହେବ ୨ ହଜାର କୋଟି

ଭୁବନେଶ୍ବର/ନବରଂଗପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନବରଙ୍ଗପୁର ଜିଲ୍ଲା ପାଇଁ ୨ଟି ଗୁରୁତ୍ୱପୂର୍ଣ୍ଣ ଜଳସେଚନ ପ୍ରକଳ୍ପର ଭିତ୍ତି ରଖିଛନ୍ତି। ପାର୍ବତୀଗିରି ବୃହତ ଉଠାଜଳସେଚନ ପ୍ରକଳ୍ପ ଅଧିନରେ ୧୧ଟି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ଏଥିପାଇଁ ୧୨୭୨ କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା … Read More

ନୂଆବର୍ଷରେ ନୂତନ ବ୍ୟବସ୍ଥା ସହ ଭକ୍ତ ହେବେ ପରିଚିତ, ଶ୍ରୀମନ୍ଦିର ଦର୍ଶନ ପାଇଁ ହୋଇଛି ଅନେକ ପରିବର୍ତ୍ତନ

ପୁରୀ: ଇଂରାଜୀ ନୂଆବର୍ଷ-୨୦୨୪ ପାଇଁ ବିଶ୍ବ ପ୍ରସିଦ୍ଧ ଶ୍ରୀକ୍ଷେତ୍ର ଚଳଚଞ୍ଚଳ ଦେଖାଯାଇଛି। ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ କରାଯାଉଛି। ନୂଆବର୍ଷରେ ନୂତନ ବ୍ୟବସ୍ଥା ସହ ଭକ୍ତମାନେ ପରିଚିତ ହେବେ। ନୂଆବର୍ଷରେ ନୂଆ … Read More

ରଣକ୍ଷେତ୍ର ପାଲଟିଲା ମୀରଟ ମ୍ୟୁନିସପାଲ କର୍ପୋରେସନ, ପରସ୍ପରକୁ ପିଟିଲେ କାନସିଲର୍‌

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର ମୀରଟ ମ୍ୟୁନିସପାଲ କର୍ପୋରେସନରେ ଆଜି ଅଭବାନୀୟ ଘଟଣା ଘଟିଛି। ବୈଠକ ବେଳେ ଘଟିଛି ତୁମୁଳକାଣ୍ତ। ରଣକ୍ଷେତ୍ର ପାଲଟିଛି ସଭାଗୃହ। ସମାଜବାଦୀ ପାର୍ଟି, ବିଜେପି ଓ ବହୁଜନ ସମାଜ ପାର୍ଟିର କାଉନସିଲରମାନେ ପରସ୍ପରକୁ ଆକ୍ରମଣ କରିଛନ୍ତି। … Read More

ଅଯୋଧ୍ୟାଗସ୍ତରେ ଯାଇ ଦଳିତଙ୍କ ଘ‌ରେ ପହଞ୍ଚି ଚା’ ପିଇଲେ ମୋଦୀ

ନୂଆଦିଲ୍ଲୀ: ଜାନୁଆରି ୨୨ରେ ରାମଲଲାଙ୍କ ପ୍ରାଣପ୍ରତିଷ୍ଠା ଥିବାରୁ ଅଯୋଧ୍ୟାରେ ଜୋରଦାର ପ୍ରସ୍ତୁତି ଚାଲିଛି। ରାମ ମନ୍ଦିର ଉଦଘାଟନ ପୂର୍ବରୁ ଡିସେମ୍ବର ୩୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟ‌ାଗସ୍ତରେ ଯାଇ ଅନେକ ପ୍ରକଳ୍ପର ଉଦଘାଟନ କରିଛନ୍ତି।ଏଥିସହିତ ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀ ମୋଦୀ … Read More

୧୨୨ଟି କ୍ଷେପଣାସ୍ତ୍ର ମାଡ଼ କଲା ରୁଷ୍‌

କିଭ୍‌: ନୂଆବର୍ଷ ପୂର୍ବରୁ ୟୁକ୍ରେନ୍‌ ଉପରେ ପ୍ରଚଣ୍ଡ ଆକ୍ରମଣ କରିଛି ରୁଷ୍‌। କିଭ୍‌, ଲଭିବ୍‌, ଓଡେଶା, ନିପ୍ରୋ, ଖାରଖିଭ୍‌, ଜାପୋରିଝିଆ ସମେତ ବିଭିନ୍ନ ସହରରେ ଗତକାଲିଠାରୁ ଆରମ୍ଭ ହୋଇଥିବା ଏହି ଭୟାନକ ଆକ୍ରମଣ ଜାରି ରହିଛି। ଆଜି ସକାଳ ସୁଦ୍ଧା … Read More