ରେଳ ଷ୍ଟେସନରେ ଯାତ୍ରୀଙ୍କୁ ମିଳିବ ଶସ୍ତାରେ ଔଷଧ, ଖୋଲିବ ଜନଔଷଧି କେନ୍ଦ୍ର

ରେଳ ଯାତ୍ରୀଙ୍କ ସୁବିଧା ପାଇଁ ସରକାର ଅନେକ ସୁବିଧା କରୁଛନ୍ତି । ତେଣୁ ଷ୍ଟେସନରେ ଯଦି କୌଣସି ଯାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିଯାଏ, ସେଥିପାଇଁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡିଥାଏ । ତେଣୁ ରେଳଯାତ୍ରୀଙ୍କୁ ଶସ୍ତାରେ ଔଷଧ ଦେବା ପାଇଁ ରେଳ … Read More

ଚନ୍ଦ୍ରର ନିକଟତର ହେଉଛି ଚନ୍ଦ୍ରଯାନ-୩; ଅଲଗା ହେଲା ଲ୍ୟାଣ୍ଡର ‘ବିକ୍ରମ’

ନୂଆଦିଲ୍ଲୀ: ଆଉ ଅଳ୍ପ ସମୟର ଅପେକ୍ଷା  । ପାଖେଇ ପାଖେଇ ଆସୁଛି ଜହ୍ନମାମୁ ।  ଚନ୍ଦ୍ରର ଖୁବ ନିକଟତର ହୋଇ ଗଲାଣି ଚନ୍ଦ୍ରଯାନ-୩ । ଇତି ମଧ୍ୟରେ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର  ‘ବିକ୍ରମକ୍ଷ ସଫଳତା ପୂର୍ବକ ମହାକାଶ ଯାନରୁ ଅଲଗା ହୋଇଗଲାଣି । … Read More

ନ୍ୟୁୟର୍କରେ ବ୍ୟାନ୍ ହେଲା ଭିଡିଓ ଆପ୍ ଟିକ୍ ଟକ୍, ସୁରକ୍ଷା ଦୃଷ୍ଟିରୁ ନିଆଗଲା ନିଷ୍ପତ୍ତି

ନ୍ୟୁୟର୍କ: ପୁଣି ବ୍ୟାନ ହେଲା ଚାଇନା ଆପ୍ ଟିକ୍ ଟକ୍ । ନ୍ୟୁୟର୍କରେ ବ୍ୟାନ ହୋଇଛି ଟିକ୍ଟକ୍ । ସଟ ଭିଡିଓ ଆପ ଟିକଟକକୁ ବ୍ୟାନ କରିଛନ୍ତ ନ୍ୟୁୟର୍କ ସିଟି କର୍ତ୍ତୃପକ୍ଷ । ସୁରକ୍ଷା କାରଣରୁ ଟିକ୍ଟକ୍ ବ୍ୟାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାରୀ । ପୂର୍ବରୁ ଆମେରିକାର ଏକାଧିକ ଷ୍ଟେଟ ଟିକ୍ ଟକ୍ ବ୍ୟାନ କରିଥିଲା । ଚାଇନା କମ୍ପାନୀ ବାଇଟଡ୍ୟାନ୍ସ ତଥ୍ୟ ଲିକ କରିବା ଆଶଙ୍କାରେ ନ୍ୟୁୟର୍କ ସିଟି କର୍ତ୍ତୃପକ୍ଷ ଟିକ୍ ଟକ୍ ଆପ୍ ବ୍ୟାନ କରିବାକୁ ନିଷ୍ପତ୍ତି ନେଇଥିବା ନ୍ୟୁୟର୍କ ଟାଇମ୍ସରୁ ସୂଚନା ମିଳିଛି । ଚୀନ କମ୍ପାନୀ ବାଇଟଡ୍ୟାନ୍ସ ତଥ୍ୟ ଲିକ ସନ୍ଦେହରେ ସରକାରୀ ଅଫିସିଆଲଙ୍କ ଫୋନରେ ଏହି ଆପ୍‌କୁ ବ୍ୟାନ କରାଯାଇଛି । ମେୟର ଏରିକ ଆଡମସ ମୁଖପାତ୍ର ଜୋନ ଏଲୋନ ଏକ ବିବୃତ୍ତିରେ କହିଛନ୍ତି, ନ୍ୟୁୟର୍କ ସିଟିରେ ଟେକ୍ନିକାଲ ନେଟୱାର୍କ ସୁରକ୍ଷାରେ ବିପଦ ସୃଷ୍ଟି ହୋଇଛି । ସିଟି କର୍ତ୍ତୃପକ୍ଷ ଏବଂ କର୍ମଚାରୀମାନେ ୩୦ ଦିନ ମଧ୍ୟରେ ନିଜ ଫୋନରୁ ଆପ୍ ହଟାଇବାକୁ ନିଷ୍ପତ୍ତି ହୋଇଛି । ପ୍ରକାଶ ଥାଉ କି, ପୂର୍ବରୁ ମାର୍ଚ୍ଚ ମାସରେ ସୁରକ୍ଷା ଚିନ୍ତା ଦର୍ଶାଇ ସଂସଦରେ ଟିକଟକ ବ୍ୟବହାର ବନ୍ଦ କରିଥିଲେ ବ୍ରିଟେନ ସରକାର । କୌଣସି ସାଂସଦଙ୍କ ଫୋନରେ ଚୀନ ଟିକ୍ ଟକ୍ ଆପ୍ ରହିବ ନାହିଁ ବୋଲି କହିଥିଲେ । ବ୍ରିଟେନ ସାଂସଦଙ୍କୁ ଟିକ୍ ଟକ୍ ମନା ହୋଇଥିଲା । ସୁରକ୍ଷା ଦୃଷ୍ଟିରୁ ବ୍ରିଟେନ ପାର୍ଲାମେଣ୍ଟ ଏହି ଆପ୍ ଉପରେ ବ୍ୟାନ ଲଗାଇଥିଲେ । ପରବର୍ତ୍ତୀ ସମୟରେ ସରକାରୀ ଡିଭାଇସରୁ ଏହି ଆପ ହଟିଥିଲା । ସେହିପରି ଭାରତ ଗୋପନୀୟତା ଓ ସୁରକ୍ଷା ଉପରେ ଚିନ୍ତା ପ୍ରକଟ କରି ଟିକ୍ ଟକ୍ ଆପକୁ ବ୍ୟାନ କରିଥିଲା । ଟିକ୍ ଟକ୍ ସମେତ ୫୯ଟି ଚାଇନା ମୋବାଇଲ ଆପ ଉପରେ ପ୍ରତିବନ୍ଧକ ଲଗାଇଥିଲେ ଭାରତ ସରକାର । ଭାରତରେ ଟିକ୍ ଟକ୍ ସମେତ ୫୯ ଆପ ଉପରେ ପ୍ରତିବନ୍ଧକ ଲଗାଯିବା ପରେ ୬ ବିଲିୟନ କ୍ଷତି ସହିଥିଲା ଚାଇନାର ଏକ କମ୍ପାନୀ । ଭାରତ ପରେ ଆମେରିକା ଟିକ୍ ଟକ୍ ବ୍ୟାନ କରିବା ନେଇ ଚର୍ଚ୍ଚା ହେଉଥିଲା । ଏହା ଛଡା ଚୀନ ଓ ଆମେରିକା ମଧ୍ୟରେ ବିବାଦ ବଢୁଥିବାରୁ ଟିକ୍ ଟକ୍ ବ୍ୟାନ କରିବାକୁ ବାଇଡେନ ସରକାର ଚୀନକୁ ସିଧା ସିଧା କହିଥିବା ଖବର ପ୍ରକାଶ ପାଇଥିଲା । ଆପ୍‌ ମାଧ୍ୟମରେ ବ୍ୟବହାରକାରୀଙ୍କ ଡାଟା ଚାଇନା ସରକାରଙ୍କୁ ପଠାଯାଉଥିବା ଅଭିଯୋଗ କରିଥିଲା ଆମେରିକା । Post navigation

ନେହେରୁଙ୍କ ପରିଚୟ ତାଙ୍କ କାମରେ ଅଛି , ନାଁରେ ନାହିଁ :ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ’ ପୁନଃନାମକରଣ ବିବାଦ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଆଜି ଲଦାଖ ଯିବା ବେଳେ ବିମାନ ବନ୍ଦରରେ ରାହୁଲ କହିଛନ୍ତି  , ଯେ କେବଳ ନାଁ ପାଇଁ ନୁହେଁ , କାମ ପାଇଁ … Read More

ପଞ୍ଚ ପଣ ଶପଥପାଠ କରାଇଲେ ଅର୍ଥମନ୍ତ୍ରୀ, କହିଲେ ୨୦୪୭ ସୁଦ୍ଧା ଭାରତକୁ ବିକଶିତ ଓ ଆତ୍ମନିର୍ଭରଶୀଳ କରାନ୍ତୁ

ପୁରୀ: ଦୁଇଦିନିଆ ଓଡ଼ିଶା ଗସ୍ତରେ ଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଦ୍ୱିତୀୟ ଦିନରେ ଶ୍ରୀଜିଉଙ୍କ ଦର୍ଶନ ସାରି ପେଣ୍ଠକଟାଠାରେ ସଦାଶିବ ସଂସ୍କୃତ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ‘ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅଭିଭାଷଣ … Read More

ମ୍ୟାଜିକ ମିରର ନାଁରେ ୯ ଲକ୍ଷ ଟଙ୍କା ଠକିଥିବା ୩ ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ମ୍ୟାଜିକ ମିରର ନାଁରେ ୯ ଲକ୍ଷ ଟଙ୍କାର ଠକେଇ। ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ । ଏହି ତିନି ଜଣ ପଶ୍ଚିମବଙ୍ଗର। କାନପୁରର ଅବିନାଶ ଶୁକ୍ଳାଙ୍କୁ   ଏମାନେ ଠକିଥିଲେ। ଅଭିଯୁକ୍ତଙ୍କ ଠାରୁ ୨୮ହଜାର ଟଙ୍କା, ୫ଟି ମୋବାଇଲ, … Read More

ବିଏମସି ପକ୍ଷରୁ ସବୁ ସ୍କୁଲରେ କରାଯିବ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ବର: ବିଏମସି ପକ୍ଷରୁ ସବୁ ସ୍କୁଲରେ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ କରାଯିବ। ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷକ , ଶିକ୍ଷୟତ୍ରୀଙ୍କୁ ଡେଙ୍ଗୁ ନେଇ ସଚେତନ କରାଯିବ। ସ୍କୁଲରେ ସଚେତନତା ବ୍ୟତୀତ ଘର ଘର ବୁଲି ସଚେତନତା କାର୍ଯ୍ୟକ୍ରମ ବଢ଼ାଇବା, ସଫେଇ ଏବଂ ଘର … Read More

ତଦନ୍ତ ପାଇଁ ୨୯ ମହିଳା ଅଫିସର୍‌ଙ୍କ ସମେତ ୫୩ ଅଧିକାରୀଙ୍କୁ ମୁତୟନ କଲା CBI

ମଣିପୁର ହିଂସା ମାମଲାର ତଦନ୍ତ ପାଇଁ CBI ବୁଧବାର ସମସ୍ତ ର‍୍ୟାଙ୍କ୍‌ର ୨୯ ମହିଳା ଅଫିସର୍‌ଙ୍କ ସମେତ ୫୩ ଜଣ ଅଧିକାରୀଙ୍କୁ ମୁତୟନ କରିଛି। ସିବିଆଇ ଅଧିକାରୀମାନେ କହିଛନ୍ତି ଯେ ଉପ ମହାନିରୀକ୍ଷକ ର‍୍ୟାଙ୍କ୍‌ର ୩ ଅଧିକାରୀ ରାଜ୍ୟରେ ହିଂସା ମାମଲାର … Read More

ସିଧାସଳଖ ଲୋକଙ୍କ ଠାରୁ ଜମି କିଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି

ଭୁବନେଶ୍ୱର: ସୁନ୍ଦରଗଡ ଜିଲ୍ଲାର ରାଜଗାଙ୍ଗପୁର ଠାରେ ଏକ ରେଲ ଓଭରବ୍ରିଜ ନିର୍ମାଣ ପାଇଁ ଜମି ଅଧିଗ୍ରହଣ କରା ନ ଯାଇ  ସିଧା ସଳଖ ଲୋକଙ୍କ ଠାରୁ ଜମି କିଣାଯିବ ।  ରାଜ୍ୟ ସରକାର ଲୋକଙ୍କଠାରୁ ସିଧାସଳଖ ଜମି କିଣି ପ୍ରକଳ୍ପ କାମ … Read More

ଖୁବଶୀଘ୍ର ରାଜ୍ୟର ସମସ୍ତ ଜିଲ୍ଲାରେ ମିଳିବ କୃତ୍ରିମ ଅଙ୍ଗ ପ୍ରତିରୋପଣ ସୁବିଧା

ଭୁବନେଶ୍ୱର: ଏଣିକି ଆଉ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଆସି କୃତ୍ରିମ ଅଙ୍ଗ ପ୍ରତିରୋପଣ କରିବାକୁ ପଡିବ ନାହିଁ। ରାଜ୍ୟର ସମସ୍ତ ଜିଲ୍ଲାରେ ଉନ୍ନତ ପୁନର୍ବାସ କେନ୍ଦ୍ର (ARC) ଖୋଲାଯିବ। ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଅନୁମୋଦନ ଦେବେ। ରାଜ୍ୟର ସମସ୍ତ ଜିଲ୍ଲାରେ … Read More