Lungi e1793720621993 300x174

ବନ୍ଧା ହେଲେ ଲୁଙ୍ଗି ଗ୍ୟାଙ୍ଗର ୧୨ ଲୁଟେରା, କୋଟିଏ ଟଙ୍କାର ଅଳଙ୍କାର ଜବତ

Spread the love

ଖୋର୍ଦ୍ଧା : ଲୁଙ୍ଗି ଗ୍ୟାଙ୍ଗର ୧୨ ଗିରଫ ।   କୋଟିଏ ଟଙ୍କାର ସୁନା ଓ ରୁପା ଅଳଙ୍କାର ଜବତ । ୨ମାସ ଧରି ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଉତ୍ପାତ୍ତ ମଚାଇଥିବା ଲୁଙ୍ଗି ଗ୍ୟାଙ୍ଗ ପୋଲିସ ହାତରେ ଧରାପଡ଼ିଛନ୍ତି ।  ବାଣପୁର, ବାଲୁଗାଁ, ଟାଙ୍ଗୀ,ନାଚୁଣି ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରୁ ସରିଜ ଲୁଟ ପରେ ଜାଲ ବିଛାଇଥିଲା ପୋଲିସ।  ଖୋର୍ଦ୍ଧା ଏସପି ପରମାର ସ୍ମିଥ ପୁରୁଷୋତ୍ତମ ଦାସଙ୍କ ନିର୍ଦ୍ଦେଶରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଲୁଙ୍ଗି ଗ୍ୟାଙ୍ଗର ୧୨ଜଣଙ୍କୁ ଗିରଫ କରାଯାଇଛି ।  ସେମାନଙ୍କ ଠାରୁ ୫୦୦ଗ୍ରାମ ସୁନା ଏବଂ ୧୧କେଜି ରୁପା ଅଳଙ୍କାର ଜବତ କରାଯାଇଛି ।  ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ତିନି ଜଣ, ଖୋର୍ଦ୍ଧାର ୮ଜଣ, ପୁରୀର ଜଣେ ସାମିଲ ଅଛନ୍ତି ।

Leave a Reply

Your email address will not be published. Required fields are marked *