Potato rotted 750x430

ଶୀତଳ ଭଣ୍ଡାରରେ ପଚିଗଲା ୩ହଜାର କୁଇଣ୍ଟାଲ ଆଳୁ, ଚିନ୍ତାରେ ଚାଷୀ

Spread the love

ଭୁବନେଶ୍ୱର: ଆଗାମୀ ବର୍ଷ କେମିତି ହେବ ଆଳୁ ଚାଷ? କୁଇଂଟାଲ କୁଇଂଟାଲ ଆଳୁ ଓ ମଂଜି ପଚିଷଢି ଯାଇଛି । ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ଚାଷୀକୂଳ । ଶୀତଳଭଣ୍ଡାରରେ ଆଳୁ ସଂରକ୍ଷଣ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଥିବା ଆସିଛି ସଙ୍ଗୀନ ଅଭିଯୋଗ । ୩ହଜାର କୁଇଂଟାଲ ଆଳୁ ପଚି ନଷ୍ଟ ହୋଇଛି । ଶୀତଳଭଣ୍ଡାର ମାଲିକ ନିଜ ପରିସରରେ ଆଳୁ ସଂରକ୍ଷଣ କରିବା ପରିବତ୍ତେ ର୍ ଛତୁ ଚାଷକୁ ଅଧିକ ଗୁରୁତ୍ୱ ଦେଇଥିବାରୁ ଆଳୁ ସଂରକ୍ଷଣ ବ୍ୟବସ୍ଥା ବିଗିଡିଥିବା ଅଭିଯୋଗ କରିଛନ୍ତି ଚାଷୀ । ଖୋର୍ଦ୍ଧା ଜିଲ୍ଲା ପାଲିପାଟଣା ଜାଲାରପୁରରେ ଥିବା ଘରୋଇ ଶୀତଳ ଭଣ୍ଡାରରେ ପ୍ରାୟ ୩ହଜାର କୁଇଂଟାଲ ଆଳୁ ଏବଂ ବିହନ ଆଗାମୀ ଚାଷ ଋତୁ ପାଇଁ ରଖାଯାଇଥିଲା । ହେଲେ ମାଲିକଙ୍କ ଅବହେଳା ପାଇଁ ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ଶହ ଶହ ଚାଷୀ ଏବେ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛନ୍ତି । ଶୀତଳଭଣ୍ଡାର ପରିଚାଳନା ଦାୟିତ୍ୱରେ ଥିବା ସଂସ୍ଥାର ଅବହେଳାକୁ ଦାୟି କରିଛନ୍ତି । ଜୁଲାଇ ମାସରେ ଶୀତଳଭଣ୍ଡାରର ଯନ୍ତ୍ରପାତିରେ ତ୍ରୁଟି ଦେଖାଦେଇଥିଲ।। କିନ୍ତୁ ମାଲିକ ଏ ନେଇ ଚାଷୀଙ୍କୁ ସମୟ ଥାଉ ଥାଉ ଜଣାଇନଥିଲେ । ଫଳରେ ସେଠାରେ ଗଚ୍ଛିତ ଆଳୁ ପଚିଷଢି ଯାଇଛି ।

ଏନେଇ ଚାଷୀ ନିମାପଡା ସ୍ଥିତ ସହକାରୀ କୃଷି ଉଦ୍ୟାନ ଅଧିକାରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ପ୍ରାୟ ୧୫ଶହ ଚାଷୀ ସମ୍ପୃକ୍ତ ଶୀତଳ ଭଣ୍ଡାରରେ ୩ହଜାର କୁଇଂଟାଲ ଆଳୁ ରଖିଥିଲେ । ୫୦କେଜି ଓଜନର ବସ୍ତା ପିଛା ୧୧୦ ଟଙ୍କା ଲେଖାଏ ସଂରକ୍ଷଣ ଶୁଳ୍କ ମଧ୍ୟ ଦେଇଥିଲେ । ଛତୁ ସଂରକ୍ଷଣ ପାଇଁ ଆଳୁ ମଂଜି ନଷ୍ଟ । ଫଳରେ ଚାଷୀଙ୍କ ଦୁଃଖ କହିଲେ ନସରେ । ସମବାୟ ସମିତି ଓ ଘରୋଇ ଋଣଦାତାଙ୍କ ଠାରୁ ଧାର କରଜ କରିଥିଲେ । ଏବେ ଚାଷ ନହେଲେ ଟଙ୍କା ସୁଝିବେ କେମିତି ସେହି ଚିନ୍ତା ଘାରିଛି । କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ସହ କୋଲଡଷ୍ଟୋରେଜ ମାଲିକ ଓ ପରିଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି । ନଚେତ୍ ଧାରଣା ଦେବୁ ବୋଲି ଚେତାବନୀ ଦେଇଛନ୍ତି ଚାଷୀ ।

Leave a Reply

Your email address will not be published. Required fields are marked *