ବଜ୍ରାଘାତରେ ଜଳିଗଲେ ଦୁଇ ଚାଷୀ
ଆଠଗଡ଼ : ତିଗିରିଆ ଥାନା ଅନ୍ତର୍ଗତ ବିଷ୍ଣୁପୁର ଗାଁ ଗହିରରେ ଅଘଟଣ l ବଜ୍ରାଘାତରେ ଜଳିଗଲେ ଦୁଇ ଜଣ l କାଳ ବୈଶାଖୀ ଘଡଘଡି ବର୍ଷା ଯୋଗୁ କୁଡିଆ ଭିତରେ ଆଶ୍ର୍ରୟ ନେଇଥିବା ବେଳେ ଦୁଇ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ଜଣାଯାଇଛି l ବିଲକୁ କାମ କରିବା ପାଇଁ ଯାଇଥିବା ବେଳେ ବର୍ଷା ଘଡଘଡି ହେବାରୁ କୁଡିଆ ଭିତରେ ଆଶ୍ର୍ରୟ ନେଇଥିଲେ ଦୁଇଜଣ l ଦୁଇ ଜଣ ହେଲେ ସେହି ଗାଁ ର ମନ୍ଦର ଧର ପତି (୩୦) ଓ ନବଘନ ରାଉତ (50) l ଘଟଣା ସ୍ଥଳରେ ତିଗିରିଆ ପୋଲିସ ଓ ଅଗ୍ନିଶମ ବିଭାଗ ପହଂଚି ତଦନ୍ତ କରୁଛି l
