Ram

ରାମ ମନ୍ଦିର ଦାନ ବାକ୍ସରୁ ୭ କୋଟି ଟଙ୍କା ହେରଫେର !, ୩ ଜଣିଆ SIT ଟିମ୍ ଗଠିତ

Spread the love

ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିର ଦାନ ବାକ୍ସରୁ ପ୍ରାୟ ୭ କୋଟି ଟଙ୍କା ହେରଫେର ନେଇ ଦେଶବ୍ୟାପୀ ଚର୍ଚ୍ଚା ।  ଗଠନ ହେଲା ୩ ଜଣିଆ SIT ଟିମ୍ । ଦଳରେ ସାମିଲ ଅଛନ୍ତି ଜଣେ କମିଶନର, ସିବିଆଇ ଅଭିଜ୍ଞତା ଥିବା ବରିଷ୍ଠ ପୋଲିସ ଅଧିକାରୀ ଓ ଅର୍ଥ ବିଭାଗର ଜଣେ ସ୍ୱତନ୍ତ୍ର ସଚିବ ।  ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶକ୍ରମେ ଗଠିତ ଏହି ହାଇ-ପ୍ରୋଫାଇଲ୍ SIT ଟିମ୍ କୁ ଆସନ୍ତା ୧୫ ଦିନ ମଧ୍ୟରେ ଚୂଡ଼ାନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ରହଛି ।

ତେବେ ଏ ମାମଲାରେ ପୋଲିସ ଏବେ ସୁଦ୍ଧା ୯ ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି ।  ଲବକୁଶ ମିଶ୍ର ନାମକ ମନ୍ଦିର ଟ୍ରଷ୍ଟର ଜଣେ ଟଙ୍କା ଗଣତି କର୍ମଚାରୀଙ୍କ ଘରେ ଚଢ଼ଉ କରି ୧୦ ରୁ ୧୨ ଲକ୍ଷ ଟଙ୍କା ଜବତ କରାଯାଇଛି ।  ମାମଲାରେ ତାଙ୍କୁ ମଧ୍ୟ ଅଟକ ରଖାଯାଇଛି। ଦାନବାକ୍ସ ଟଙ୍କାରେ ଦାମୀ ଜମି, ଘର ଏବଂ ବିଳାସପୂର୍ଣ୍ଣ ଗାଡ଼ି କିଣାଯାଇଥିବା ସୂଚନା ମିଳିଛି ।

ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ କହିଛନ୍ତି ଯେ ଟଙ୍କା ଷ୍ଟେଟ ବ୍ୟାଙ୍କ ଅଧିକାରୀଙ୍କ ସମ୍ମୁଖରେ ଗଣାଯାଉଥିବାରୁ, କେବଳ ହାତରେ ସର୍ଟିଂ ହେବା ସମୟରେ ହିଁ ଏହି ଚୋରି ହୋଇଥାଇପାରେ। କିନ୍ତୁ ଅପରପକ୍ଷେ ବିରୋଧୀ କଂଗ୍ରେସ ଏବଂ ସମାଜବାଦୀ ପାର୍ଟି ଘଟଣାର ହାଇକୋର୍ଟ ବିଚାରପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତଦନ୍ତ ଦାବି କରିଛନ୍ତି ।  ସେହିପରି ବିଜେପିର ବରିଷ୍ଠ ନେତା ରଜନୀଶ ସିଂ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଟ୍ରଷ୍ଟର ସମସ୍ତ ଆୟ-ବ୍ୟୟ ଖାତା ସାର୍ବଜନୀନ କରିବାକୁ ଦାବି କରିଛନ୍ତି। ଏହି ହାଇପ୍ରୋଫାଇଲ୍ ଅର୍ଥ ହେରଫେର ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *