Tree branch broken in storm kandarpur athagad 1068x614

କାଳବୈଶାଖୀ ପ୍ରଭାବ ; ବାଦ ପଡ଼ିଲେନି ଭଗବାନ

Spread the love

ଆଠଗଡ : କାଳବୈଶାଖୀ ତାଣ୍ଡବରେ ବାଦ ପଡ଼ିଲେ ନାହିଁ ଭଗବାନ। ଗଛ ପଡ଼ି ଭାଙ୍ଗିଲା ମନ୍ଦିର ଗୃହ।
କଟକ ଜିଲ୍ଲା ଆଠଗଡ ବ୍ଲକ କନ୍ଦରପୁର ଅଞ୍ଚଳରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ। ଦୁଇଦିନ ତଳେ ହଠାତ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଥିଲା। ମାତ୍ର ୧୦ ମିନିଟ ପ୍ରବଳ ଝଡପବନ ବୋହିବା ଫଳରେ ବହୁ ଗଛ ଉପୁଡିବା ସହ ଡାଳ ଭାଙ୍ଗିବା ଫଳରେ ବିଦ୍ୟୁତ ଯୋଗାଣ ବାଧାପ୍ରାପ୍ତ ହୋଇଥିଲା। ପ୍ରବଳ ପବନ ଯୋଗୁଁ କୈବର୍ତ୍ତ ସାହିର ଏକ ୨୦୦ ବର୍ଷ ପୁରାତନ ବର ଗଛର ବିଶାଳକାୟ ଡାଳ ଭାଙ୍ଗିବା ଫଳରେ ନିକଟସ୍ଥ ଶନି ମନ୍ଦିର ଓ ରାସ୍ତା କ୍ଷତିଗ୍ରସ୍ତ ହୋଇଛି। କୈବର୍ତ୍ତ ସାହିର ମତ୍ସ୍ୟଜୀବୀମାନେ ସ୍ବେଚ୍ଛାକୃତ ଭାବେ ଶ୍ରମଦାନ କରି ରାସ୍ତା ଉପରୁ ଡାଳ କାଟି ସଫା କରିଥିଲେ। କ୍ଷତିଗ୍ରସ୍ତ ମନ୍ଦିରର ମରାମତି ପାଇଁ ପ୍ରଶାସନ ପକ୍ଷରୁ କିଛି ସହାୟତା ଦେବା ସହ କ୍ଷତିଗ୍ରସ୍ତ ରାସ୍ତା ମରାମତି ପାଇଁ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *