India fuel hike

ପାଞ୍ଚ ମାସରେ ଖାଦ୍ୟ, ପାନୀୟ ଠାରୁ ଆରମ୍ଭ କରି ପରିବହନ ସବୁ କିଛି ହୋଇଛି ମହଙ୍ଗା

Spread the love

ନୂଆଦିଲ୍ଲୀ : ପାଞ୍ଚ ମାସରେ ଖାଦ୍ୟ, ପାନୀୟ ଠାରୁ ଆରମ୍ଭ କରି ପରିବହନ ପର୍ଯ୍ୟନ୍ତ ସବୁ କିଛି ମହଙ୍ଗା ହୋଇଛି। ଖୁଚୁରା ମୁଦ୍ରାସ୍ଫୀତି ପାଞ୍ଚ ମାସ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଖାଦ୍ୟ ଏବଂ ପାନୀୟ ଠାରୁ ପରିବହନ ପର୍ଯ୍ୟନ୍ତ ସବୁକିଛି ମହଙ୍ଗା ହେଉଛି। ଦେଶରେ ମୁଦ୍ରାସ୍ଫୀତି ପୁଣି ଥରେ ସାଧାରଣ ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ପୂର୍ବରୁ ନିୟନ୍ତ୍ରଣରେ ଥିବା ମୂଲ୍ୟ ବର୍ତ୍ତମାନ ବୃଦ୍ଧି ପାଇବାରେ ଲାଗିଛି। ମେ ୨୦୨୬ ରେ ଖୁଚୁରା ମୁଦ୍ରାସ୍ଫୀତି ୩.୯୩ ପ୍ରତିଶତକୁ ବୃଦ୍ଧି ପାଇଛି, ଯାହା ଏପ୍ରିଲରେ ୩.୪୮ ପ୍ରତିଶତ ଥିଲା। କ୍ରମାଗତ ପଞ୍ଚମ ମାସ ମଧ୍ୟରେ ଏହା ବୃବଦ୍ଧି ପାଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଗତ ପାଞ୍ଚ ମାସରେ ପ୍ରଥମ ଥର ପାଇଁ ମୁଦ୍ରାସ୍ଫୀତି ୪ ପ୍ରତିଶତ ପାଖାପାଖି ପହଞ୍ଚିଛି।

ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଖାଦ୍ୟ ମୂଲ୍ୟ ବୃଦ୍ଧି, ବିଶ୍ୱ ଯୋଗାଣ ଶୃଙ୍ଖଳା ଚ୍ୟାଲେଞ୍ଜ ଏବଂ ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ମୁଦ୍ରାସ୍ଫୀତିକୁ ବୃଦ୍ଧି କରିବାର ମୁଖ୍ୟ କାରଣ ଭାବରେ ଉଭା ହୋଇଛି।

Leave a Reply

Your email address will not be published. Required fields are marked *