315

ଏକାସଙ୍ଗେ ମିଳିବ ୩ ମାସର ଭତ୍ତା ଟଙ୍କା – ମୁଖ୍ୟମନ୍ତ୍ରୀ

Spread the love

ଭୁବନେଶ୍ୱର : ରାଜ୍ୟରେ ମୋହନ ସରକାରକୁ ପୂରିଲା ୨ ବର୍ଷ। ଏଥିପାଇଁ ଲୋକସେବା ଭବନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯାଉଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଅନେକ ବଡ ଘୋଷଣା କରିଛନ୍ତି। ଭତ୍ତା ସମସ୍ୟା ତଥା ଭତ୍ତା ପ୍ରଦାନରେ ବିଳମ୍ବକୁ ନେଇ ମୁଖ୍ୟମନ୍ତ୍ରୀ ବଡ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହାର ସମାଧାନ କରାଯିବ। ଏକାସଙ୍ଗେ ୩ ମାସର ଭତ୍ତା ପ୍ରଦାନ କରାଯିବ। ଏହି ସମସ୍ୟା ରାଜ୍ୟର ନୁହେଁ କେନ୍ଦ୍ରର। ବୈଷୟିକ ତ୍ରୁଟି ଯୋଗୁଁଁ ଭତ୍ତା ପ୍ରଦାନରେ ବିଳମ୍ବ ହୋଇଛି। ୧୦ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ୨ ଲକ୍ଷ ଲୋକଙ୍କ ତ୍ରୁଟି ସୁଧୁରିଛି। ୨ ଲକ୍ଷ ହିତାଧିକାରୀଙ୍କୁ ଭତ୍ତା ଦେବା ଆରମ୍ଭ ହୋଇଯାଇଛି। ଯେଉଁମାନଙ୍କୁ ମିଳିନି,ସେମାନଙ୍କୁ ଦେବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଗୋଟିଏ ମାସରେ ନହେଲେ ବି ୩ ମାସର ଭତ୍ତା ଏକାସଙ୍ଗେ ମିଳିଯିବ।
ମୁଖ୍ୟମନ୍ତ୍ରୀ ଏହି ସମୟରେ ଅଭିଭାଷଣ ମଧ୍ୟ ରଖିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ମୋହନ ସରକାର ଲୋକାଭିମୁଖି ସରକାର ଭାବେ ପରିଚିତ। ୨ ବର୍ଷ ତଳେ ଆଜିର ଦିନରେ ରାଜ୍ୟରେ ଗଢିଥିଲା ନୂଆ ସରକାର। ଏହି କାର୍ଯ୍ୟକ୍ରମରେ ଅନେକ ଘୋଷଣା କରାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଜନତାଙ୍କ ସହ ମିଶିଛୁ। ଓଡିଶାବାସୀଙ୍କ ଅଗ୍ରଗତି ପାଇଁ ଆମେ ଆଗକୁ ବଢିଛୁ। ଡବଲ ଇଞ୍ଜିନ ସରକାରର ଡବଲ ପ୍ରଭାବ ପଡ଼ିଛି। ୨ ବର୍ଷରେ ୧୨୧ ଟି ଯୋଜନା କାର୍ଯ୍ୟକାରୀ ହୋଇଛି। ଏହା ସମୃଦ୍ଧ ଓଡିଶା ଗଠନରେ ପ୍ରଭାବ ପକାଇଛି।

Leave a Reply

Your email address will not be published. Required fields are marked *