ପଶ୍ଚିମବଙ୍ଗର ୧୫ଟି ବୁଥରେ ରିପୋଲିଂ, ସନ୍ଧ୍ୟା ୫ ସୁଦ୍ଧା ୮୬.୯୦% ମତଦାନ
ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ଡାଇମଣ୍ଡ ହାର୍ବର ଏବଂ ମଗରହାଟ ପଶ୍ଚିମରେ ଥିବା ୧୫ ଟି ପୋଲିଂ ବୁଥରେ ଆଜି ପୁନଃ ମତଦାନ କରାଯାଉଛି। ଭୋଟ ଅନିୟମିତତାର ଅଭିଯୋଗ ପରେ ନିର୍ବାଚନ କମିଶନ ଏହି ନିଷ୍ପତ୍ତି ନେଇଥିଲେ। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବାବେଳେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ତେବେ ସନ୍ଧ୍ୟା ୫ଟା ସୁଦ୍ଧା, ମଗରହାଟ ପଶ୍ଚିମ ବିଧାନସଭା କ୍ଷେତ୍ରରେ ପ୍ରାୟ ୮୬.୧୧ ପ୍ରତିଶତ ଏବଂ ଡାଇମଣ୍ଡ ହାର୍ବର ବିଧାନସଭା କ୍ଷେତ୍ରରେ ୮୭.୬୦ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି। ସେହିପରି ଅପରାହ୍ନ ୩ଟା ସୁଦ୍ଧା, ମଗରହାଟ ପଶ୍ଚିମ ବିଧାନସଭା କ୍ଷେତ୍ରରେ ପ୍ରାୟ ୭୨.୫୦ ପ୍ରତିଶତ ଏବଂ ଡାଇମଣ୍ଡ ହାର୍ବର ବିଧାନସଭା କ୍ଷେତ୍ରରେ ୭୨.୩୬ ପ୍ରତିଶତ ମତଦାନ ରେକର୍ଡ କରାଯାଇଥିଲା।
