କ୍ୟାମ୍ପସ୍ ନିର୍ବାଚନ ତାଲିକାରୁ ଲ’ କଲେଜ ବାଦ୍, ମନ୍ତ୍ରୀଙ୍କ ଘର ଆଗରେ ବିକ୍ଷୋଭ
ଭୁବନେଶ୍ବର : ଛାତ୍ର ସଂସଦ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଖାଦେଇଛି ବେଶ୍ ଉତ୍ସାହ । ସାରା ରାଜ୍ୟରେ କଲେଜ ନିର୍ବାଚନକୁ ନେଇ ମାହୋଲ ସରଗରମ ଥିବାବେଳେ ଏଥର ଛାତ୍ର ସଂସଦ ନିର୍ବାଚନରୁ ବାଦ୍ ପଡିଛି କ୍ୟାପିଟାଲ ଲ’ କଲେଜ । ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ସରକାରୀ ବାସଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି କ୍ୟାପିଟାଲ ଲ’ କଲେଜ ଛାତ୍ରଛାତ୍ରୀ ।
ନିର୍ବାଚନ ନୋଟିଫିକେସନ ତାଲିକାରେ କ୍ୟାପିଟାଲ ଲ’ କଲେଜ ବାଦ୍ ଦିଆଯାଇଥିବାରୁ ତେଜିଛି ଅସନ୍ତୋଷ । ସବୁ ବର୍ଷ ନିର୍ବାଚନ ହେଉଥିଲେ ମଧ୍ୟ ଏଥର ତାଲିକାରେ ନିର୍ବାଚନ ଲିଷ୍ଟରେ ବାଦ୍ ପଡ଼ିଛି । ଏହା ଏକ ଷଡ଼ଯନ୍ତ୍ର । ଏନେଇ ନେଇ ଛାତ୍ରଛାତ୍ରୀ କ୍ଷୁବ୍ଧ ହୋଇଛନ୍ତି । ନିର୍ବାଚନ ତାଲିକାରୁ କାହିଁକି ଲ’ କଲେଜକୁ ବାଦ୍ ଦିଆଗଲା ସେନେଇ ପ୍ରଶ୍ନ ଉଠାଇଛନ୍ତି ଛାତ୍ରଛାତ୍ରୀ । ଏନେଇ ଜୁନିୟର ଓ ସିନିୟର ଛାତ୍ରଛାତ୍ରୀ ଏକାଠି ହୋଇ ପ୍ରିନ୍ସିପାଲଙ୍କ ପାଖରେ ପ୍ରଥମେ ଅଭିଯୋଗ କରିଥିଲେ । ସେଠାରୁ କୌଣସି ସନ୍ତୋଷଜନକ ଉତ୍ତର ନ ପାଇବାରୁ ବାଧ୍ୟ ହୋଇ ମନ୍ତ୍ରୀଙ୍କ ପାଖରେ ଫେରାଦ ହୋଇଛନ୍ତି ।
ଏ ନେଇ ଅସନ୍ତୋଷ ଛାତ୍ରଛାତ୍ରୀ ଡିମାଣ୍ଡ କରିଛନ୍ତି ତାଙ୍କ କଲେଜ ସେମି ଗମେଣ୍ଟ । କିନ୍ତୁ ପୂର୍ବରୁ ଅନେକ ଥର ନିର୍ବାଚନ ହୋଇଛି । କିନ୍ତୁ ଏଥର ଏଭଳି ନିଷ୍ପତ୍ତି ଛାତ୍ରଛାତ୍ରୀଙ୍କ ନେତୃତ୍ବ ନେବାର କ୍ଷମତା ଉପରେ ଅଙ୍କୁଶ ଲଗାଯାଇଛି । ଏନେଇ ଲ’ କଲେଜର ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଭେଟିବାକୁ ମନ୍ତ୍ରୀଙ୍କ କ୍ୱାର୍ଟର ସାମ୍ନାରେ ଏକାଠି ହୋଇଥିଲେ । ମନ୍ତ୍ରୀ ଭୁବନେଶ୍ୱର ବାହାରେ ଥିବାରୁ ଫୋନ୍ ଯୋଗେ କଥା ହୋଇଛନ୍ତି । ସୂଚନା ଅନୁଯାୟୀ, ଉଚ୍ଚ ଶିକ୍ଷା ମନ୍ତ୍ରୀ ଗୁରୁବାର ସକାଳେ ଛାତ୍ରୀଛାତ୍ରୀଙ୍କ ସହିତ ଆଲୋଚନା କରିବାକୁ ସମୟ ଦେଇଛନ୍ତି ।
