୪ ବର୍ଷ ପରେ ରେପୋ ରେଟ୍ରେ ବୃଦ୍ଧି କଲା RBI, ମହଙ୍ଗା ହେବ ଲୋନ୍… ବଢ଼ିବ EMI
ନୂଆଦିଲ୍ଲୀ: ଲୋନ୍ ନେଇଥିବା ଲୋକଙ୍କୁ ବଡ଼ ଝଟକା ଦେଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ। ପ୍ରାୟ ୪ ବର୍ଷ ପରେ ପ୍ରଥମଥର ପାଇଁ ରେପୋ ରେଟ୍ରେ ବୃଦ୍ଧି କରିଛି RBI। ବୁଧବାର ତିନିଦିନିଆ ମୁଦ୍ରାନୀତି କମିଟି ବା MPC ବୈଠକର ଫଳାଫଳ ଘୋଷଣା କରି RBI ରେପୋ ରେଟ୍କୁ ୨୫ ବେସିସ୍ ପଏଣ୍ଟ ବଢ଼ାଇ ୫.୫୦ ପ୍ରତିଶତ କରିଛି। ଏହା ପୂର୍ବରୁ ରେପୋ ରେଟ୍ ୫.୨୫ ପ୍ରତିଶତରେ ସ୍ଥିର ଥିଲା। ଶେଷ ଥା ପାଇଁ ୨୦୨୩ରେ ରେପୋରେଟ୍ ପରିବର୍ତ୍ତନ କରିଥିଲା RBI । ତେବେ ଏହି ନିଷ୍ପତ୍ତିର ସିଧା ପ୍ରଭାବ ଲୋନ୍ ନେଇଥିବା ଗ୍ରାହକଙ୍କ ଉପରେ ପଡ଼ିପାରେ। ବିଶେଷକରି ଘର ଋଣ ଓ କାର୍ ଋଣର ସୁଧହାର ବଢ଼ିଲେ ଗ୍ରାହକଙ୍କ ମାସିକ EMI ବଢ଼ିପାରେ।
କାହିଁକି ରେପୋ ରେଟ୍ ବଢ଼ାଇଲା RBI?
RBI ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା ନିଜ ଅଭିଭାଷଣରେ ପଶ୍ଚିମ ଏସିଆର ସଂଘର୍ଷ ଓ ଅଶୋଧିତ ତୈଳ ବା କ୍ରୁଡ୍ ଅଏଲ୍ ଦର ବଢ଼ିବାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି। ବିଶ୍ୱସ୍ତରରେ ମୁଦ୍ରାସ୍ଫୀତି ବଢ଼ିବାର ଆଶଙ୍କା ରହିଛି। ଏନର୍ଜି ଦର ବଢ଼ିଲେ ଏହାର ପ୍ରଭାବ ଖାଦ୍ୟପଦାର୍ଥ ସମେତ ଅନ୍ୟ ସାମଗ୍ରୀର ଦର ଉପରେ ପଡ଼ିପାରେ। ଏହା ସହିତ ଗ୍ଲୋବାଲ୍ ମାର୍କେଟ୍ରେ ଅନିଶ୍ଚିତତା ଜାରି ରହିଥିବା କଥା ମଧ୍ୟ RBI କହିଛି। ଏହି ସବୁ କାରଣକୁ ନଜରରେ ରଖି ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ ରେପୋ ରେଟ୍ ବଢ଼ାଯାଇଛି।
RBI ରେପୋ ରେଟ୍କୁ ୨୫ ବେସିସ୍ ପଏଣ୍ଟ ବଢ଼ାଇ ୫.୫୦ ପ୍ରତିଶତ କରିଛି। ସେହିପରି SDF ବା ଷ୍ଟାଣ୍ଡିଙ୍ଗ୍ ଡିପୋଜିଟ୍ ଫାସିଲିଟି ରେଟ୍ ମଧ୍ୟ ୨୫ ବେସିସ୍ ପଏଣ୍ଟ ବଢ଼ି ୫.୨୫ ପ୍ରତିଶତ ହୋଇଛି। MSF ବା ମାରିଜିନାଲ୍ ଷ୍ଟାଣ୍ଡିଙ୍ଗ୍ ଫାସିଲିଟି ରେଟ୍ ମଧ୍ୟ ବଢ଼ି ୫.୭୫ ପ୍ରତିଶତ ହୋଇଛି। ଏହା ସହିତ ମୁଦ୍ରାନୀତିର ବ୍ୟବହାରର ଢଙ୍ଗରେ ମଧ୍ୟ ପରିବର୍ତ୍ତନ କରିଛି RBI। ପୂର୍ବରୁ ଥିବା ‘ନ୍ୟୁଟ୍ରାଲ୍’କୁ ବଦଳାଇ ‘କ୍ୟାଲିବ୍ରେଟେଡ୍ ଟାଇଟନିଂ’ କରାଯାଇଛି। ଅର୍ଥାତ୍ ଆଗାମୀ ସମୟରେ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବା ଉପରେ RBIର ଅଧିକ ଫୋକସ୍ ରହିବ। ତେଣୁ ନିକଟ ଭବିଷ୍ୟତରେ ରେପୋ ରେଟ୍ କମିବାର ଆଶା କମ୍ ହୋଇଛି।
ରେପୋ ରେଟ୍ ବଢ଼ିଲେ EMI କାହିଁକି ବଢ଼େ?
