ଆମେରିକୀୟ ଶୁଳ୍କର ପ୍ରଭାବ ଆକଳନ କରାଯାଉଛି : ପିୟୁଷ

ନୂଆଦିଲ୍ଲୀ : ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ଗୁରୁବାର କହିଛନ୍ତି ଯେ କେନ୍ଦ୍ର ସରକାର ଦେଶର ଜାତୀୟ ସ୍ୱାର୍ଥର ସୁରକ୍ଷା ପାଇଁ ସମସ୍ତ ପଦକ୍ଷେପ ନେବେ। ଲୋକସଭାରେ ସେ କହିଛନ୍ତି ଆମେରିକାର ଶୁଳ୍କର ପ୍ରଭାବ ଉପରେ ଏବେ ଆକଳନ … Read More

ଭାରତର ୭ ଶ୍ରମିକଙ୍କୁ ସମ୍ମାନିତ କରି ୪୪ ଲକ୍ଷ ଟଙ୍କା ଦେବେ ସିଙ୍ଗାପୁର ରାଷ୍ଟ୍ରପତି

ନୂଆଦିଲ୍ଲୀ: ସିଙ୍ଗାପୁରରେ ଭାରତୀୟ ପ୍ରବାସୀ ଶ୍ରମିକମାନେ ସେମାନଙ୍କର ଉତ୍କୃଷ୍ଟ କାର୍ଯ୍ୟ ପାଇଁ ଭାରତକୁ ଗର୍ବିତ କରିଛନ୍ତି। ଗତ ଶନିବାର, ୭ ଜଣ ଭାରତୀୟ ପ୍ରବାସୀ ଶ୍ରମିକ ଜଣେ ମହିଳା ଡ୍ରାଇଭରଙ୍କୁ ତାଙ୍କ କାର ସହିତ ଏକ ସିଙ୍କହୋଲରେ ପଡ଼ିଯିବାରୁ ଉଦ୍ଧାର କରିଥିଲେ। … Read More

କୃଷକ, ରେଳବାଇ ପାଇଁ କ୍ୟାବିନେଟରେ ବଡ଼ ଘୋଷଣା

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟ ବୈଠକରେ ବଡ଼ ନିଷ୍ପତ୍ତି । ସରକାରୀ ଯୋଜନାର ବଜେଟ୍ ବଢ଼ାଇବାଠୁ ଆରମ୍ଭ କରି ଭାରତୀୟ ରେଳର ଅନେକ ପ୍ରକଳ୍ପକୁ ମୋଦୀ କ୍ୟାବିନେଟର ମଞ୍ଜୁରୀ ମିଳିଛି । ଏହାସହ ଏହି ବୈଠକରେ ଅନେକ ବଡ଼ ବଡ଼ ନିଷ୍ପତ୍ତି … Read More

ଟ୍ରମ୍ପ ସତ କହୁଛନ୍ତି, ଭାରତ ମୃତ ଅର୍ଥନୀତି : ରାହୁଲ

ନୂଆଦିଲ୍ଲୀ : ଲୋକସଭାରେ ବିରୋଧୀ ଦଳ ନେତା ଏବଂ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଗୁରୁବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିବାଦୀୟ ବୟାନକୁ ସମର୍ଥନ କରିଛନ୍ତି ଯେଉଁଥିରେ ସେ ଭାରତକୁ ଏକ ମୃତ ଅର୍ଥନୀତି ବୋଲି କହିଥିଲେ। ରାହୁଲ ଗାନ୍ଧୀ … Read More

ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହ ‘ନିସାର’ ଉତକ୍ଷେପଣ ସଫଳ

ବୁଧବାର ସନ୍ଧ୍ୟାରେ ନାସା-ଇସ୍ରୋ ସିନ୍ଥେଟିକ୍ ଆପର୍ଚର ରାଡାର ନିସାର (NISAR) ଉପଗ୍ରହକୁ ସଫଳତାର ସହ ଉତକ୍ଷେପଣ କରାଯାଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ କହିଛି ଯେ ଏହି ଉତକ୍ଷେପଣ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାର ସତୀଶ ଧାୱନ ମହାକାଶ … Read More

ଭାରତ ଉପରେ ୨୫% ଶୁଳ୍କ ଲଗାଇଲେ ଟ୍ରମ୍ପ୍‌

ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୨୫ ପ୍ରତିଶତ ଶୁଳ୍କ ଲଗାଇବା ନେଇ ଘୋଷଣା କରିଛନ୍ତି । ସାମାଜିକ ଗଣମାଧ୍ୟମରେ ସେ ପୋଷ୍ଟ କରି ଲେଖିଛନ୍ତି କି ଭାରତ, ଋଷ୍ ସହିତ ଅସ୍ତ୍ରଶସ୍ତ୍ର ଓ ତେଲ ବ୍ୟାପାର … Read More

ସିନ୍ଦୂର ଲିଭି ଯାଇଥିବା ବେଳେ ଅପରେସନର ନାମ ସିନ୍ଦୂର କାହିଁକି: ଜୟା

ନୂଆଦିଲ୍ଲୀ: ରାଜ୍ୟସଭାରେ ଅପରେସନ ସିନ୍ଦୂର ଉପରେ ବିତର୍କ ସମୟରେ ସମାଜବାଦୀ ପାର୍ଟି ସାଂସଦ ଜୟା ବଚ୍ଚନ ‘ଅପରେସନ୍ ସିନ୍ଦୂର’ ନାମ ଉପରେ ଆପତ୍ତି ଉଠାଇଛନ୍ତି। ସେ ପୀଡ଼ିତ ପରିବାର ପ୍ରତି ସମବେଦନା ପ୍ରକାଶ କରି ସରକାରଙ୍କଠାରୁ କ୍ଷମା ପ୍ରାର୍ଥନା ଦାବି କରିଛନ୍ତି। … Read More

ଅଗଷ୍ଟ ୨ରେ ମିଳିବ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ୨୦ତମ କିସ୍ତି

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍-କିଷାନ) ଯୋଜନାର ୨୦ତମ କିସ୍ତି ଅଗଷ୍ଟ ୨ତାରିଖରେ ପ୍ରଦାନ କରାଯିବ। ଏହି ପରିପ୍ରେକ୍ଷୀରେ, କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। … Read More

୨୨ଏପ୍ରିଲ ପହଲଗାମ ଆକ୍ରମଣର ୨୨ମିନିଟରେ ପ୍ରତିଶୋଧ ନେଇଥିଲା ଭାରତ: ଜେପି ନଡ୍ଡା

ନୂଆଦିଲ୍ଲୀ: ରାଜ୍ୟସଭାରେ ‘ଅପରେସନ ସିନ୍ଦୂର’କୁ ନେଇ ଚର୍ଚ୍ଚା ସମୟରେ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା କଂଗ୍ରେସକୁ ସିଧାସଳଖ ଭାବେ ଟାଗେର୍ଟ କରି କଟାକ୍ଷ କରିଥିଲେ। ଜେପି ନଡ୍ଡା ରାଜ୍ୟସଭାରେ ଦେଇଥିବା ଭାଷଣରେ କହିଛନ୍ତି, ‘୨୦୧୪ରେ ମୋଦୀ ସରକାର ଆସିବା ପରେ ଅମାବାସ୍ୟା ହଟିଲା … Read More

ଇନଷ୍ଟ୍ରାଗ୍ରାମରେ ଯୁବକଙ୍କୁ ପ୍ରଲୋଭିତ କରି ଆତଙ୍କୀ ବନାଉଥିଲେ ମହିଳା, ବାନ୍ଧିଲା ଏଟିଏସ

ଇନଷ୍ଟାଗ୍ରାମରେ ଆଇଡି ଖୋଲି ଯୁବକମାନଙ୍କୁ ପ୍ରଲୋଭିତ କରାଇ ଆତଙ୍କୀ ବନାଉଥିଲେ ମହିଳା। ଅର୍ଥ ଲୋଭ ଦେଖାଇ ଆତଙ୍କବାଦୀ ସଂଗଠନରେ ସାମିଲ କରାଉଥିଲେ। ବର୍ଷ ବର୍ଷ ଧରି ଏପରି କାର୍ଯ୍ୟ କରିଆସୁଥିବା ଝାଡ଼ଖଣ୍ଡର ଜଣେ ମହିଳା ଆତଙ୍କବାଦୀଙ୍କୁ ବେଙ୍ଗାଲୁରୁରୁ ଗିରଫ କରିଛି ଗୁଜରାଟ … Read More