Rain

‘ମୁରାସୁ’ ପ୍ରଭାବରେ ଗଞ୍ଜାମ ଓ ଗଜପତିରେ ବର୍ଷା, ୟେଲୋ ୱାର୍ଣ୍ଣିଂ ଜାରି

Spread the love

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ମୁରାସୁ’ ପ୍ରଭାବରେ ଆଜିଠାରୁ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପୁଣିଥରେ ବର୍ଷା ଆରମ୍ଭ ହୋଇଯାଇଛି । ପୂର୍ବ ବାତ୍ୟା ‘ଅର୍ଣ୍ଣବ’ର ପ୍ରକୋପରୁ ଏହି ଅଞ୍ଚଳ ସମ୍ପୂର୍ଣ୍ଣ ସୁଧୁରି ନଥିବା ବେଳେ ଏହି ନୂତନ ପାଣିପାଗ ନିୟାମକ ଚିନ୍ତା ବଢ଼ାଇ ଦେଇଛି ।

ଆଜି ପାଇଁ ଗଞ୍ଜାମ ଏବଂ ଗଜପତି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତାକାଲି ଏବଂ ୪ ତାରିଖରେ ବର୍ଷାର ପରିମାଣ ଅଧିକ ବୃଦ୍ଧି ପାଇବ। ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରି ଭଳି ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ପୁଣିଥରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା, ପାର୍ବତ୍ୟାଞ୍ଚଳରେ ଭୂସ୍ଖଳନ ଆଶଙ୍କା ଥିବାରୁ ପ୍ରଶାସନ ଏହା ଉପରେ ସ୍ଵତନ୍ତ୍ର ନଜର ରଖିଛି ।

Leave a Reply

Your email address will not be published. Required fields are marked *