ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ଜେଲ୍ ଗଲେ ବିଦ୍ୟାଭାରତୀ
ପାରଳାଖେମୁଣ୍ଡି: ବହୁଚର୍ଚ୍ଚିତ ସହକାରୀ ବନ ସଂରକ୍ଷକ (ACF) ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ତାଙ୍କ ପତ୍ନୀ ବିଦ୍ୟା ଭାରତୀଙ୍କୁ ଗିରଫ କଲା ପୋଲିସ । ଆଗୁଆ ଜାମିନ୍ ଆବେଦନ ଖାରଜ ହେବା ପରେ ସେ ଆତ୍ମସମର୍ପଣ କରିଥିଲେ। ଏହାପରେ ତାଙ୍କୁ ପାରଳାଖେମୁଣ୍ଡି ସବ୍ ଜେଲ୍ କୁ ପଠାଯାଇଛି ।
ଏହି ମାମଲାର ଅନ୍ୟ ଅଭିଯୁକ୍ତ ତତ୍କାଳୀନ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା ମଧ୍ୟ ପୂର୍ବରୁ ଆତ୍ମସମର୍ପଣ କରି ଜେଲରେ ଅଛନ୍ତି । ସେହିପରି ରୋଷେୟା ମନ୍ମଥ କୁମ୍ଭଙ୍କୁ ପୁଲିସ ଗିରଫ କରିଥିଲା। ଉଭୟ ସଂଗ୍ରାମ ବେହେରା ଓ ମନ୍ମଥ କୁମ୍ଭ ବର୍ତ୍ତମାନ ପାରଳାଖେମୁଣ୍ଡି ସବ୍ ଜେଲରେ ଅଛନ୍ତି । ଏବେ ବିଦ୍ୟାଭାରତୀ ମଧ୍ୟ ଜେଲ୍ ଯିବା ପରେ ଏହି ମାମଲାରେ ଗିରଫ ଦାରି ସଂଖ୍ୟା ୩କୁ ବୃଦ୍ଧି ପାଇଛି ।
