Drowning

ବ୍ରିଜ୍ ତଳୁକୁ ଖସି ପଡିଲେ ଦୁଇ ବନ ବିଭାଗ କର୍ମଚାରୀ, ଜଣେ ନିଖୋଜ

Spread the love

କନ୍ଧମାଳ: କାଳ ହେଲା ଡ୍ୟାମ୍ ବ୍ରିଜ୍ । ବ୍ରିଜ୍ ତଳକୁ ଖସିପଡ଼ିଲେ ୨ ଫରେଷ୍ଟ କର୍ମଚାରୀ । ଜଣେ ଉଦ୍ଧାର, ଅନ୍ୟଜଣଙ୍କୁ ଖୋଜୁଛି ଅଗ୍ନିଶମ ବାହିନୀ । ଫୁଲବାଣୀରେ ଅଘଟଣ, ବନ୍ୟା ପାଣିରେ ଭାସିଗଲେ ବନ ବିଭାଗ କର୍ମଚାରୀ । ଜଣେ ମୃତ୍ୟୁ ମୁଖରୁ ଫେରିଲେ, ଆଉ ଜଣେ ନଦୀର ଅଥଳ ଜଳରେ ନିଖୋଜ । ଡ୍ୟାମ୍ ବ୍ରିଜ୍ ତଳକୁ ଖସିପଡ଼ିଲେ ଫରେଷ୍ଟ କର୍ମଚାରୀ ଶ୍ରୀକାନ୍ତ ଓ ପ୍ରମୋଦ, ଜଣେ ହସ୍ପିଟାଲରେ, ଅନ୍ୟଜଣେ ନିଖୋଜ ।

କନ୍ଧମାଳ ଜିଲ୍ଲା ଫୁଲବାଣୀ ପୌରପରିଷଦର ଦୁଇ ନମ୍ବର ୱାର୍ଡରେ ଅଘଟଣ । ଡ଼ାକ ପାଲା ସାହି ନିକଟ ଡ୍ୟାମ ବ୍ରିଜ୍ ତଳକୁ ସ୍କୁଟିରୁ ଦୁଇ ଜଣ ପାଣିରେ ଖସି ପଡ଼ିଲେ ଦୁଇ କର୍ମଚାରୀ । ଜଣେ ଭରା ପାଣି ନଦୀରୁ କଷ୍ଟରେ ବାହାରକୁ ନିଜେ ବାହରି କୂଳକୁ ଆସିଲେ । ସ୍ଥାନୀୟ ଲୋକ ଅଗ୍ନିଶମ ବିଭାଗକୁ ଖବର ଦେଲେ ।

ଖବର ପାଇ ତୁରନ୍ତ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଁଚି ଆହତ ବ୍ୟକ୍ତିଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଭର୍ତ୍ତି କରିଥିଲେ । ଅନ୍ୟ ନିଖୋଜ ବ୍ଯକ୍ତିଙ୍କୁ ନଦୀରେ ଅଗ୍ନିଶମ ବାହିନୀ କର୍ମଚାରୀ ଖୋଜାଖୋଜି କରୁଛନ୍ତି । ଚିକିତ୍ସା ହେଉଥିବା ବ୍ୟକ୍ତି ହେଉଛନ୍ତି ଶ୍ରୀକାନ୍ତ ବେହେରା ଓ ନିଖୋଜ ବ୍ୟକ୍ତି ପ୍ରମୋଦ ବେହେରା ।

Leave a Reply

Your email address will not be published. Required fields are marked *