Hha e1787416788130 300x201

ବିଦ୍ୟୁତ୍ ବିଭ୍ରାଟ ଯୋଗୁ ପରୀକ୍ଷାରୁ ବଞ୍ଚିତ ହେଲେ ୪୯ ପରୀକ୍ଷାର୍ଥୀ

Spread the love

ଜୟପୁର:ସାରା ଦେଶରେ ପ୍ରଶ୍ନ ପତ୍ର ଲିକ୍ ଘଟଣା ଚର୍ଚ୍ଚାର କେନ୍ଦବିନ୍ଦୁ ସାଜିଥିବା ବେଳେ ପୁଣି ବିଦ୍ୟୁତ ବିଭ୍ରାଟ କାରଣରୁ ପରୀକ୍ଷାରୁ ବଞ୍ଚିତ ହେଲେ ୪୯ ପରୀକ୍ଷାର୍ଥୀ। ଏଭଳି ଅଭାବନୀୟ ଘଟଣା ଘଟିଛି ରାଜସ୍ଥାନର ଜୟପୁର ସ୍ଥିତ ଏକ ପରୀକ୍ଷା କେନ୍ଦ୍ରରେ।  ଅଖିଳ ଭାରତୀୟ ଆୟୁଷ ପୋଷ୍ଟ-ଗ୍ରାଜୁଏଟ୍‌ ପ୍ରବେଶିକା ପରୀକ୍ଷା (AIAPGET) ଶନିବାର ଦେଶର ୨୦୦ଟି ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହୋଇଛି। ସିଫ୍ଟ-୧ରେ ମୋଟ ୩୬,୯୭୯ ଜଣ ପ୍ରାର୍ଥୀ ପଞ୍ଜିକରଣ କରିଥିବାବେଳେ ୩୫,୮୩୭ ଜଣ ପରୀକ୍ଷା ଦେଇଥିଲେ। ଜାତୀୟ ପରୀକ୍ଷା ଏଜେନ୍ସି (NTA) ଅନୁସାରେ, ଜୟପୁରର ଶ୍ରୀ ସତ୍ୟ ସାଇ ପିଜି କଲେଜ ପରୀକ୍ଷା କେନ୍ଦ୍ରରେ ବିଦ୍ୟୁତ୍ ସମସ୍ୟା ଦେଖାଦେଇଥିଲା।

ଏହି କେନ୍ଦ୍ରରେ ୧୯୨ ଜଣ ପ୍ରାର୍ଥୀ ପରୀକ୍ଷା ଦେଇଥିବାବେଳେ ୪୯ ଜଣ ପରୀକ୍ଷାର୍ଥୀ ପରୀକ୍ଷାରୁ ବଞ୍ଚିତ ହୋଇଥିଲେ। ଫଳରେ ସମଗ୍ର ଦେଶରେ ପ୍ରଭାବିତ କେନ୍ଦ୍ରକୁ ବାଦ ଦେଲେ ୩୫,୭୮୮ ଜଣ ପ୍ରାର୍ଥୀ ପରୀକ୍ଷା ଦେଇଥିବା ଜଣାପଡ଼ିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ଏଜେନ୍ସି ପକ୍ଷରୁ ଦୁଃଖ ପ୍ରକାଶ କରାଯାଇଛି। ବିଦ୍ୟୁତ୍ ବିଭ୍ରାଟ ଯୋଗୁଁ ପରୀକ୍ଷା ଦେଇପାରିନଥିବା ୪୯ ଜଣ ପ୍ରାର୍ଥୀଙ୍କ ପାଇଁ ପୁନଃପରୀକ୍ଷା ବ୍ୟବସ୍ଥା କରାଯାଇଥିବା ଜଣାପଡିଛି।

ଏହି ପ୍ରାର୍ଥୀମାନେ ସେପ୍ଟେମ୍ବର ୧, ୨୦୨୬ ସକାଳ ୧୦ଟାରେ ରାଜସ୍ଥାନ ମହିଳା ଇଞ୍ଜିନିୟରିଂ କଲେଜରେ ପୁନଃପରୀକ୍ଷା ଦେଇପାରିବେ। ପୁନଃପରୀକ୍ଷା ସମ୍ପର୍କିତ ସମସ୍ତ ତଥ୍ୟ ପ୍ରଭାବିତ ପ୍ରାର୍ଥୀମାନଙ୍କୁ ସଂଶୋଧିତ ଆଡମିଟ୍‌ କାର୍ଡ ମାଧ୍ୟମରେ ଜଣାଇ ଦିଆଯିବ। ଏନଟିଏ ପକ୍ଷରୁ କୁହାଯାଇଛି ଯେ ପରୀକ୍ଷା ସମ୍ପର୍କିତ କୌଣସି ପ୍ରଶ୍ନ କିମ୍ବା ସ୍ପଷ୍ଟୀକରଣ ଆବଶ୍ୟକ ହେଲେ ପ୍ରାର୍ଥୀମାନେ 011-40759000 କିମ୍ବା 011-69227700 ନମ୍ବରରେ ଯୋଗାଯୋଗ କରିପାରିବେ। ଏହାଛଡ଼ା ଏନଟିଏକୁ ଲିଖିତ ଭାବେ ମଧ୍ୟ ଅଭିଯୋଗ କିମ୍ବା ପ୍ରଶ୍ନ ଜଣାଇପାରିବେ।

Leave a Reply

Your email address will not be published. Required fields are marked *