Uttarakhand school holiday 2026 schools closed in four districts today 1200x675 1784626337268 1068x601

ଆସନ୍ତାକାଲି ଭଦ୍ରକ ଜିଲ୍ଲାର ୧୩୯ ସ୍କୁଲ ବନ୍ଦ

Spread the love

ଭଦ୍ରକ: ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲାର ୧୩୯ଟି ସ୍କୁଲକୁ ଆସନ୍ତାକାଲି ପାଇଁ ଛୁଟି ଘୋଷଣା କରାଯାଇଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।

ସୂଚନା ଅନୁଯାୟୀ, ଭଦ୍ରକ, ତିହିଡ଼ି, ଧାମନଗର ଓ ଚାନ୍ଦବାଲି ବ୍ଲକର ମୋଟ ୧୩୯ଟି ସ୍କୁଲ ଆସନ୍ତାକାଲି ବନ୍ଦ ରହିବ। ବନ୍ୟାଜଳ ଯୋଗୁଁ ଯାତାୟାତ ଓ ସ୍କୁଲ ଯିବାରେ ସମସ୍ୟା ଉପୁଜିବା ଆଶଙ୍କା ଥିବାରୁ ଏହି ପଦକ୍ଷେପ ନିଆଯାଇଛି।ଏଥିସହିତ ଜିଲ୍ଲାର ୫ଟି ବ୍ଲକର ୨୨୫ଟି ଅଙ୍ଗନବାଡ଼ି କେନ୍ଦ୍ରକୁ ମଧ୍ୟ ଆସନ୍ତାକାଲି ପାଇଁ ଛୁଟି ଘୋଷଣା କରାଯାଇଛି। ଏଥିରେ ବାସୁଦେବପୁର ସମେତ ବନ୍ୟା ପ୍ରଭାବିତ ଅନ୍ୟ ବ୍ଲକଗୁଡ଼ିକ ସାମିଲ ରହିଛି।

Leave a Reply

Your email address will not be published. Required fields are marked *