୬ ମାସର ଶିଶୁକୁ ଧରି ୬ ମହଲାରୁ ଡେଇଁ ଜୀବନ ହାରିଲେ ମହିଳା ଇଂଜିନିୟର, ବଞ୍ଚିଗଲା ପିଲା
ଆନ୍ଧ୍ରପ୍ରଦେଶ : ହାଇଦ୍ରାବାଦ ମିୟାପୁର ଅଞ୍ଚଳରେ ହୃଦୟ ବିଦାରକ ଘଟଣା । ଏକ ବହୁ ମହଲା କୋଠାର ୬ ମହଲାରୁ ଡେଇଁ ଜୀବନ ହାରିଛନ୍ତି ୩୭ ବର୍ଷୀୟା ମହିଳା ସଫ୍ଟୱେୟାର ଇଂଜିନିୟର । ୬ ମାସର ଛୁଆକୁ ଧରି ମହିଳା ଜଣକ ଏଭଳି କାମ କରିଛନ୍ତି । କିନ୍ତୁ ମହିଳା ଡେଇଁବା ପରେ ଛୁଆଟି କୋଳରୁ ଛିଟକି ପଡିଥିଲା, ଆଉ ଅନ୍ୟ ଜାଗାରେ ପଡିଥିଲା । ଫଳରେ ଛୁଆଟିର ଜୀବନ ବଞ୍ଚିଯାଇଥବା ବେଳେ ମହିଳାଙ୍କ ଜୀବନ ଚାଲିଯାଇଛି ।
ଖବର ମୁତାବକ, ମିୟାପୁର ମୟୁରୀ ନଗରରେ ଥିବା ଏକ ଆପାର୍ଟମେଣ୍ଟରେ ଈଶା ସାହୁ ମହିଳା ସଫ୍ଟୱେୟର ଇନିଂନିୟର ରହୁଥିଲେ । ଈଶା ନିଜ ୬ ମାସର ଝିଅକୁ କୋଳରେ ଧରି ଆପାର୍ଟମେଣ୍ଟରୁ ତଳକୁ ଡେଇଁଥିଲେ । କିନ୍ତୁ ଡେଇଁବା ସମୟରେ ପିଲାଟି ହାତରୁ ଖସିଯାଇଥିଲା। ଆଉ ଘଟଣା ସ୍ଥଳରେ ଈଶାଙ୍କ ଜୀବନ ଚାଲିଯାଇଥିବା ବେଳେ ପିଲାଟି ବଞ୍ଚିଯାଇଛି । ଘଟଣା ପରେ ଆଖାପାଖରେ ଥିବା ଲୋକ ଦୌଡି ଆସି ପିଲାକୁ ହସପିଟାଲରେ ଭର୍ତ୍ତି କରିଥିଲେ । ପିଲାଟି ଏବେ ବିପଦ ମୁକ୍ତ ରହିଥିବା ଡାକ୍ତର କହିଛନ୍ତି ।
ପୋଲିସ କହିବା ମୁତାବକ, ଈଶା ଗତ କିଛି ମାସ ହେଲାଣି ଇସୋମନିୟା (ନିଦ ନ ଆସିବା) ରୋଗରେ ପୀଡିତ ଥିଲେ । ତେଣୁ ରାତି ରାତି ଶୋଉନଥିଲେ । ଯାଞ୍ଚ ଅଧିକାରୀ ଅନୁମାନ କରିଛନ୍ତି କି, ଦୀଘର୍ ସମୟ ଧରି ନିଦ ନ ହେବା କାରଣରୁ ଡିପ୍ରେସନରେ ରହୁଥିଲେ । ତେଣୁ ଏଭଳି ପଦକ୍ଷେପ ନେଇଛନ୍ତି ।
ପୋଲିସ ଘଟଣାକୁ ନେଇ ମାମଲା ରୁଜୁ କରିବା ପରେ ଆପାର୍ଟମେଣ୍ଟରେ ଥିବା ଲୋକ ଏବଂ ପରିବାରକୁ ପଚରାଉଚରା କରୁଛି । ଘଟଣାର ପ୍ରକୃତ କାରଣ ଖୋଜିବାକୁ ଚେଷ୍ଟା କରୁଛି ।
