ଭାଇବୋହୂକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କଲା ଦେଢଶୂର
ଦିଗପହଣ୍ଡି : ଭାଇବୋହୂକୁ ଆକ୍ରମଣ କଲା ଦେଢଶୂର । ରକ୍ତାକ୍ତ ଅବସ୍ଥାରେ ରାସ୍ତାରେ ଛଟପଟ ହେଉଥିଲେ ମହିଳା । ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କଲେ ସ୍ଥାନୀୟ ଲୋକେ । ଏପରି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତର ଡି.ଆମ୍ବଠା ଗ୍ରାମରେ ।ରିପୋର୍ଟ ଅନୁସାରେ, ଗାଁକେ ନିଜ ଭାଇବୋହୂଙ୍କୁ ଏକ ଧାରୁଆ ଅସ୍ତ୍ରରେ ଦେଢ଼ଶୁର ଭୂସି ଦେଇଥିବା ଅଭିଯୋଗ ହୋଇଛି । ଗ୍ରାମର ବାବୁଲା ନାହାକ ତାଙ୍କ ସାନଭାଇଙ୍କ ସ୍ତ୍ରୀଙ୍କୁ ଏକ ଖଣତିରେ ପେଟକୁ ଭୁସିଦେଇଥିବା କୁହାଯାଉଛି ।ତେବେ ଆକ୍ରମଣ ପରେ ଭାଇବୋହୂ ଗୁରୁତର ହୋଇ ରାସ୍ତା ଉପରେ ଛଟପଟ ହେଉଥିଲେ ।ଏହା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଆଡ଼ାପଡ଼ା ମେଡିକାଲରେ ଭର୍ତ୍ତି କରିଥିଲେ । ତାଙ୍କ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।
