Elephant 750x430

ସିମେଲପଦରରେ ଖୋଲିଲା ରାଜ୍ୟର ପ୍ରଥମ ହାତୀ ସ୍କୁଲ୍, କମିବ ମଣିଷ-ହାତୀ ସଂଘର୍ଷ !

Spread the love

ଭୁବନେଶ୍ବର: ରାଜ୍ୟରେ ବନ୍ୟଜନ୍ତୁ ସଂରକ୍ଷଣ କ୍ଷେତ୍ରରେ ଓଡ଼ିଶା ଆଉ ଏକ ବଡ଼ ପଦକ୍ଷେପ ନେଇଛି। କଳାହାଣ୍ଡି ଜିଲ୍ଲାର ସିମେଲପଦର ଅଞ୍ଚଳରେ ରାଜ୍ୟର ପ୍ରଥମ ହାତୀ ପ୍ରଶିକ୍ଷଣ କେନ୍ଦ୍ର (Elephant Training Centre) ଉଦ୍ଘାଟନ କରାଯାଇଛି। ଶୁକ୍ରବାର ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଜଙ୍ଗଲ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ ଏହି କେନ୍ଦ୍ରର ଶୁଭ ଉଦ୍ଘାଟନ କରିଥିଲେ।

କାର୍ଲାପାଟ ଅଞ୍ଚଳରେ ଥିବା ଏହି କେନ୍ଦ୍ର ହାତୀ ଚଳାଚଳ କରୁଥିବା ଗୁରୁତ୍ୱପୂର୍ଣ୍ଣ କରିଡର ମଧ୍ୟରେ ଅବସ୍ଥିତ। ଏହା ମାଧ୍ୟମରେ ଆଗଧାଡିର ବନ କର୍ମଚାରୀମାନେ ଏବେ ହାତୀଙ୍କ ଆଚରଣ, ଚଳାଚଳ ଓ ସଂରକ୍ଷଣ ବିଷୟରେ ବିଶେଷ ପ୍ରଶିକ୍ଷଣ ପାଇବେ। ଯାହାଦ୍ବାରା ବାକଶକ୍ତି ହୀନ ପଶୁଟିର ମନର କଥା ଏବଂ ତାର ଚାଲିଚଳନକୁ ବେଶୀ ବୁଝିପାରିବ ମଣିଷ । ଗତ କିଛି ବର୍ଷ ଧରି କାର୍ଲାପାଟ ଓ ଆଖପାଖ ଅଞ୍ଚଳରେ ହାତୀଙ୍କ ଉପଦ୍ରବ ବଢ଼ିଥିବା ବେଳେ ଫସଲ କ୍ଷତି, ସମ୍ପତ୍ତି ନଷ୍ଟ ଓ ଜନହାନି ଭଳି ଘଟଣା ସାମ୍ନାକୁ ଆସିଛି। ନୂଆ କେନ୍ଦ୍ର ମାଧ୍ୟମରେ ହାତୀଙ୍କ ଗତିବିଧି ଉପରେ ନଜର ରଖାଯିବ ଏବଂ ସଂଘର୍ଷ କମାଇବାକୁ ବୈଜ୍ଞାନିକ ପଦ୍ଧତି ଆପଣାଯିବ । ମନ୍ତ୍ରୀ କହିଛନ୍ତି, ହାତୀ କରିଡରର ସଠିକ୍ ପରିଚାଳନା ଦ୍ୱାରା ବନ୍ୟଜନ୍ତୁ ସୁରକ୍ଷା ସହ ସ୍ଥାନୀୟ ଲୋକଙ୍କ ସୁରକ୍ଷା ମଧ୍ୟ ସୁନିଶ୍ଚିତ ହେବ।

ଏହି ଅବସରରେ ଏକ ନୂତନ ବନ୍ୟଜନ୍ତୁ ନିରୀକ୍ଷଣ ଟାଓ୍ବାର ମଧ୍ୟ ଉଦ୍ଘାଟନ କରାଯାଇଛି। ଏହା ମାଧ୍ୟମରେ ବନ ବିଭାଗ ବନ୍ୟଜନ୍ତୁଙ୍କ ଚଳାଚଳ ଉପରେ ଅଧିକ ନଜର ରଖିପାରିବ ଏବଂ ସମ୍ଭାବ୍ୟ ବିପଦ ସମୟରେ ତୁରନ୍ତ ପଦକ୍ଷେପ ନେଇପାରିବ। ଏହି କେନ୍ଦ୍ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ହାତୀଙ୍କ ଗତିବିଧି ଉପରେ ନଜରଦାରୀ, ବନ କର୍ମଚାରୀଙ୍କୁ ବିଶେଷ ପ୍ରଶିକ୍ଷଣ, ବୈଜ୍ଞାନିକ ବନ୍ୟଜନ୍ତୁ ପରିଚାଳନା, ମଣିଷ-ହାତୀ ସଂଘର୍ଷ ହ୍ରାସ, ହାତୀ ସଂରକ୍ଷଣକୁ ଅଧିକ ମଜବୁତ କରିବା ।

Leave a Reply

Your email address will not be published. Required fields are marked *