Untitled 11 copy

ହୃଦଘାତରେ ଆଖିବୁଜିଲେ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଭୋଇ ସେବକ

Spread the love

ପୁରୀ ୯।୬: ରଥ ଖଳାରେ ଶୋକାକୁଳ ପରିବେଶ । ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ଜଣେ ଭୋଇ ସେବକ ହୃଦଘାତରେ ମୃତ୍ୟୁ ହୋଇଛି । ମୃତ ଭୋଇ ସେବକ ହେଉଛନ୍ତି ଧୋବା ଭୋଇ। ସେ ତାଳଧ୍ବଜ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିଲେ ।
ମଙ୍ଗଳବାର ସକାଳୁ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ପ୍ରଥମେ ପୁରୀ ଓ ପରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।
ସେପଟେ ଏହି ଖବର ପାଇବା ପରେ ପୁରୀ ଜିଲ୍ଲାପାଳ ରଥଖଳାରେ ଆସି ଅନୁଧ୍ୟାନ କରିବା ସହ ଭୋଇ ସେବକଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ମୃତ ଧୋବାଙ୍କ ପରିବାରଙ୍କୁ ପ୍ରଶାସନ ପକ୍ଷରୁ ଆବଶ୍ୟକ ସହଯୋଗ ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।
ସେପଟେ ପୁରୀ ଅଠରନଳା ଠାରେ ପୁନର୍ବାର ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଜମି ଅଧିଗ୍ରହଣ ପ୍ରକ୍ରିୟା ଖୁବ୍‌ଶୀଘ୍ର ଅର୍ଥାତ୍ ରଥଯାତ୍ରା ପୂର୍ବରୁ ଶେଷ ହୋଇ ଚାରିଲେନ୍ ବିଶିଷ୍ଟ ରାସ୍ତା କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

Leave a Reply

Your email address will not be published. Required fields are marked *