ନୀଳାଦ୍ରି ବିଜେ ପରେ ପୁର୍ନବାର ରତ୍ନଭଣ୍ଡାର ଗଣତି
ପୁରୀ: ଶୁକ୍ରବାର ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପରିସରରେ ଗଜପତି ମହରାଜଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ପରିଚାଳନା କମିଟି ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ପରିଚାଳନା କମିଟି ଦେବସ୍ନାନ ପୂର୍ଣ୍ଣମୀ,ରଥଯାତ୍ରା ଓ ବାହୁଡା଼ ଯାତ୍ରା ନୀତି ନିର୍ଘଣ୍ଟ ଓ ବ୍ୟବସ୍ଥାବଳୀକୁ ମୋହର ମାରିଛି। ତେବେ ବଡ କଥା ହେଉଛି ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଭିତର ରତ୍ନଭଣ୍ଡାରର ଗଣତି ସ୍ଥଗିତ ରହିବ । ପୁରୁଣା ଆଲମିରାକୁ ବାହାରକୁ ଅଣାଯିବ। ଆକାର ଅନୁସାରେ ନିର୍ଦ୍ଧିଷ୍ଟ କିଛି ଅଳଙ୍କାରର ଗଣତି ଖଟ ଶେଯ ଘରେ ଗଣତି କରାଯିବ ।
ନୀଳାଦ୍ରି ବିଜେ ପରେ ପୁର୍ନବାର ରତ୍ନଅଳଙ୍କାରର ଗଣତି ହେବ। ଆକାରରେ ବଡ ଥିବା ଅଳଙ୍କାର ଖଟଶେଯ ଘରେ ଗଣତି କରି ଫଟୋଗ୍ରାଫି ,ଭିଡ଼ିଓଗ୍ରାଫି ଓ ୩ଡି ମ୍ୟାପିଂ କରି ପୁର୍ନବାର ଭିତର ରତ୍ନଭଣ୍ଡାରରେ ରଖାଯିବା ନେଇ ନିଷ୍ପର୍ତ୍ତି କରାଯାଇଛି।ବାହାର ରତ୍ନଭଣ୍ଡାରରେ ତିନୋଟି ତାଲା ପଡ଼ିଥାଏ । ବାହାର କବାଟ ତାଲା ଭଣ୍ଡାର ମେକାପ ପାଖରେ,ଗଜପତି ମହାରାଜଙ୍କ ପାଖରେ ଏବଂ ଶ୍ରୀମନ୍ଦିର ପ୍ରଶାସନ ପାଖରେ ରହିଥାଏ। ହେଲେ ଏହି ତାଲା ଖରାପ ହେଵାରୁ ଏହାକୁ ବଦଳା ଯିବ ବୋଲି ସୂଚନା ମିଳିଛି। ଶୁକ୍ରବାର ଏହି ପରିଚାଳନା କମିଟି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.ଅରବିନ୍ଦ ପାଢୀ, ଶ୍ରୀମନ୍ଦିର ସୁରକ୍ଷା ସବ-କମିଟିର ଅଧ୍ୟକ୍ଷ ଡଃ ଗିରିଶ ଚନ୍ଦ୍ର ମୁର୍ମୁ,ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା,ଜିଲା ଆରକ୍ଷୀ ଅଧିକ୍ଷକ ପ୍ରତୀକ ସିଂହ,ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ । ଅନ୍ୟ ପକ୍ଷରେ ଆଭାସୀ ମାଧ୍ୟମରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଯୋଗ ଦେଇଥିଲେ ବୋଲି ସୂଚନା ମିଳିଛି।
