Screenshot 2026 06 03 163953

ସରକାରୀ ଗାଡ଼ିର ତେଲ ଖର୍ଚ୍ଚ ବାବଦକୁ ପେଟ୍ରୋଲ ପମ୍ପରେ ଆଗୁଆ ପୈଠ ହେବ ଟଙ୍କା

Spread the love

ଭୁବନେଶ୍ୱର: ସରକାରୀ କାର୍ଯ୍ୟର ନିରବଚ୍ଛିନ୍ନ ତଥା ସୂଚାରୁ ପରିଚାଳନା ପାଇଁ ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଣିକି ସରକାରୀ ଗାଡ଼ି ପାଇଁ ପେଟ୍ରୋଲ ପମ୍ପ୍‌କୁ ଆଗୁଆ ପୈଠ କରିବେ ସରକାର। ଦୁଇ ମାସର ଆନୁମାନିକ ତେଲ ଖର୍ଚ୍ଚ ଦେବାକୁ ଅର୍ଥ ବିଭାଗର ସୂଚନା। ସରକାରୀ କାର୍ଯ୍ୟର ନିରବଚ୍ଛିନ୍ନ ପରିଚାଳନା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି। ମଧ୍ୟପ୍ରାଚ୍ୟରେ ଯୁଦ୍ଧଜନିତ ଅନିଶ୍ଚିତତା କାରଣରୁ ଏପରି ସରକାରୀ ନିଷ୍ପତ୍ତି ହୋଇଛି।

ସରକାରୀ ଗାଡ଼ିଗୁଡ଼ିକର ତେଲ (ପେଟ୍ରୋଲ/ଡିଜେଲ) ଖର୍ଚ୍ଚ ବାବଦକୁ ପେଟ୍ରୋଲ ପମ୍ପଗୁଡ଼ିକୁ ଆଗୁଆ ଟଙ୍କା ପ୍ରଦାନ କରାଯିବ। ନୂଆ ନିଷ୍ପତ୍ତି ଅନୁଯାୟୀ, ସରକାରୀ ଗାଡ଼ିଗୁଡ଼ିକ ପାଇଁ ଆଗାମୀ ଦୁଇ ମାସର ଆନୁମାନିକ ତେଲ ଖର୍ଚ୍ଚ ଯେତିକି ହେବ, ସେହି ଅର୍ଥରାଶିକୁ ସରକାର ପୂର୍ୱରୁ ହିଁ ସମ୍ପୃକ୍ତ ପେଟ୍ରୋଲ ପମ୍ପ୍ଗୁଡ଼ିକୁ ପୈଠ କରିଦେବେ। ଏହାଦ୍ୱାରା ତେଲ ପାଇଁ ସରକାରୀ ଗାଡ଼ିଗୁଡ଼ିକର ଚଳପ୍ରଚଳରେ କୌଣସି ବାଧା ସୃଷ୍ଟି ହେବନାହିଁ।

ବର୍ତ୍ତମାନ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରେ ଲାଗି ରହିଥିବା ଯୁଦ୍ଧ ପରିସ୍ଥିତି ଯୋଗୁଁ ଆଗାମୀ ଦିନରେ ଅଶୋଧିତ ତୈଳ (Crude Oil) ଯୋଗାଣ ଏବଂ ଏହାର ମୂଲ୍ୟକୁ ନେଇ ବଡ଼ ଅନିଶ୍ଚିତତା ଦେଖାଦେଇଛି। ଏହାର ପ୍ରଭାବ ଯେପରି ସରକାରୀ ବ୍ୟବସ୍ଥା ଉପରେ ନପଡ଼େ, ସେଥିପାଇଁ ପ୍ରଶାସନ ପୂର୍ୱ ପ୍ରସ୍ତୁତି ସୱରୂପ ଏହି ପଦକ୍ଷେପ ନେଇଛି।

 

Leave a Reply

Your email address will not be published. Required fields are marked *