Kabi suryangar 1 1

ହାଜତ ମୃତ୍ୟୁ ଘଟଣା, ବଦଳିଲେ କବିସୂର୍ଯ୍ୟନଗର ଥାନାର ସବୁ କର୍ମଚାରୀ

Spread the love

ବ୍ରହ୍ମପୁର : ବଦଳିଲେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନାର ସବୁ କର୍ମଚାରୀ । ଥାନାର ସମସ୍ତ ୨୩ ଜଣ ଷ୍ଟାଫ ଓ ବାଲିଛାଇ ଫାଣ୍ଡିର ୩ ଜଣ ଷ୍ଟାଫଙ୍କୁ ବଦଳି କରାଯାଇଛି । ଗଞ୍ଜାମ ଏସପି ହରିଶ ବିସି କର୍ମଚାରୀଙ୍କୁ ଅନ୍ୟ ଥାନାକୁ ବଦଳି କରିଛନ୍ତି ।  ସେହିପରି ଅନ୍ୟ ଥାନା ଗୁଡିକର ଷ୍ଟାଫ ମାନଙ୍କୁ କବିସୂର୍ଯ୍ୟନଗର ଥାନାକୁ ବଦଳି କରାଯାଇଛି ।  ସୁଶାନ୍ତ ସାହୁଙ୍କ ହାଜତ ମୃତ୍ୟୁ ଅଭିଯୋଗ ପରେ ଥାନାରେ କାର୍ଯ୍ୟରତ IPS ଅଫିସରଙ୍କୁ ଜିଲ୍ଲା ହେଡ଼ କ୍ଵାର୍ଟରକୁ ବଦଳି କରିଥିଲେ ଦକ୍ଷିଣାଞ୍ଚଳ ରେଞ୍ଜ ଆଇଜି ନୀତି ଶେଖର ।  ସେହିପରି ଥାନାର ଜଣେ SI ଓ କନେଷ୍ଟବଳଙ୍କୁ ଓ ଫାଣ୍ଡିର ଜଣେ ASI ଙ୍କୁ ନିଲମ୍ବନ କରିଥିଲେ ।  ଏହା ପରେ ସମସ୍ତଙ୍କୁ ବଦଳି କରାଇବା ପାଇଁ ଏସପିଙ୍କୁ କହିଥିଲେ । ସେପଟେ HRPC ଟିମ ସୁଶାନ୍ତ ଙ୍କ ପରିବାର ଲୋକଙ୍କୁ ଗେଷ୍ଟ ହାଉସକୁ ଡାକି ପଚରା ଉଚରା କରୁଛି ।

ସୂଚନାନୁଯାୟୀ, ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ପୋଲିସ ମାଡରେ ଜଣେ ଦିବ୍ୟାଙ୍ଗ ଯୁବକଙ୍କ ମୃତ୍ୟୁ ହୋଇଥିଲା।  ମୃତକ ହେଲେ ସୁବୁଳିଆ ଗ୍ରାମର ସୁଶାନ୍ତ ସାହୁ । ତାଙ୍କୁ ୬ ଦିନ ଥାନାରେ ଅଟକ ରଖି ମାଡ ମରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ । ଦିବ୍ୟାଙ୍ଗ ଯୁବକ ସୁଶାନ୍ତ ସାହୁଙ୍କ ହାଜତ ମୃତ୍ୟୁ ଅଭିଯୋଗ ଘଟଣା ଏବେ ଦେଶର ସର୍ବୋଚ୍ଚ ମାନବାଧିକାର ସଂସ୍ଥାରେ ପହଞ୍ଚିଛି । ଏହି ସମ୍ବେଦନଶୀଳ ମାମଲାକୁ ଗମ୍ଭୀରତାର ସହ ନେଇ ଜାତୀୟ ମାନବାଧିକାର ଆୟୋଗ (NHRC) ଗଞ୍ଜାମ ଜିଲ୍ଲାପାଳ ଏବଂ ଏସପି ଙ୍କୁ କଡ଼ା ନୋଟିସ୍ ଜାରି କରିଥିଲା ।

Leave a Reply

Your email address will not be published. Required fields are marked *