Mahanadi 1

ମହାନଦୀ ଜଳ ବିବାଦକୁ ନେଇ ୨ ରାଜ୍ୟ ମଧ୍ୟରେ ଅନେକ ପ୍ରସଙ୍ଗରେ ସହମତି ହୋଇଛି, ଜୁନ ୬ରେ ପରବର୍ତ୍ତୀ ଶୁଣାଣି

Spread the love

ନୂଆଦିଲ୍ଲୀ : ମହାନଦୀ ଜଳ ବିବାଦଗକୁ ନେଇ ଓଡ଼ିଶା-ଛତିଶଗଡ଼ ମଧ୍ୟରେ ଅନେକ ପ୍ରସଙ୍ଗରେ ସହମତି ହୋଇଛି। ଟ୍ରିବ୍ୟୁନାଲ ନିକଟରେ ୧୫ଟି ପ୍ରସଙ୍ଗ ଦାଖଲ ହୋଇଥିଲା। ସେଥିରୁ ୧୨ଟି ପ୍ରସଙ୍ଗରେ ଦୁଇଟି ରାଜ୍ୟ ମଧ୍ୟରେ ସହମତି ପ୍ରକାଶ ପାଇଥିବା ଟ୍ରିବ୍ୟୁନାଲ କହିଛନ୍ତି। ମହାନଦୀ ଟ୍ରିବ୍ୟୁନାଲ ଶୁଣାଣି ପରେ ଏହି ସୂଚନା ଦେଇଛନ୍ତି ଓଡ଼ିଶାର ଆଡଭୋକେଟ୍ ଜେନେରାଲ, ପୀତାମ୍ବର ଆଚାର୍ଯ୍ୟ ।  କହିଛନ୍ତି ମହାନଦୀ ଜଳ ବିବାଦ ଶୁଣାଣି ଅତ୍ୟନ୍ତ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ ହୋଇଥିଲେ।

ଦୁଇ ରାଜ୍ୟ ମଧ୍ୟରେ ଅନେକ ଗୁଡିଏ ବିବାଦୀୟ ପ୍ରସଙ୍ଗରେ ସହମତି ହୋଇଛି। ଜୁନ ୬ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ। ଏ ସମୟମ ମଧ୍ୟ ଦୁଇ ରାଜ୍ୟର ଟେକନିକାଲ ଟିମ୍ ଆଲୋଚନା କରି ଆଉ କିଛି ବିବାଦୀୟ ପ୍ରସଙ୍ଗରେ ସହମତି ପାଇଁ ଉଦ୍ୟମ କରିବେ ।  ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳ ବଣ୍ଟନ ମାମଲାକୁ ନେଇ ନିୟମିତ ଶୁଣାଣି ଚାଲିଛି ।  ଟ୍ରିବ୍ୟୁନାଲ ଏହି ବିବାଦର ସମାଧାନ ପାଇଁ ଉଭୟ ରାଜ୍ୟକୁ ସହମତି ଭିତ୍ତିକ ପ୍ରସଙ୍ଗ ଚୂଡ଼ାନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।  ମହାନଦୀ ଟ୍ରିବ୍ୟୁନାଲର କାର୍ଯ୍ୟକାଳକୁ କେନ୍ଦ୍ର ସରକାର ଜାନୁଆରୀ ୧୩, ୨୦୨୭ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।

Leave a Reply

Your email address will not be published. Required fields are marked *