Nilagiri

ବାଇକ ଷ୍ଟଣ୍ଟ କରୁଥିବାବେଳେ ଗଲା ଜଣଙ୍କ ଜୀବନ, ୪ ଗୁରୁତର

Spread the love

ନୀଳଗିରି : ରିଲ୍ସ କରିବା ହେଲା କାଳ। ବାଇକ ଷ୍ଟଣ୍ଟ କରୁଥିବାବେଳେ ଦୁର୍ଘଟଣାରେ ଗଲା ଜୀବନ। ୬ ବାଇକ୍ ମଧ୍ୟରେ ସିରିଜ୍ ଦୁର୍ଘଟଣା। ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪ଜଣ ଗୁରୁତର ଅଛନ୍ତି। ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ପାଟଣା ଛକରେ ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ରତ୍ନାକର ସିଂ। ପାଟଣା ଛକରେ ୫ରୁ ୬ଟି ବାଇକ ଧରି ୧୨ରୁ ଅଧିକ ଯୁବକ ରିଲ୍ସ କରୁଥିଲେ। ବାଇକ ଷ୍ଟଣ୍ଟ କରୁଥିବାବେଳେ ଅପର ପକ୍ଷରୁ ଆସୁଥିବା ବାଇକ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ୫ ଜଣ ଗୁରୁତର ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ରତ୍ନାକରଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ନୀଳଗିରି ପୋଲିସ।

ବର୍ତ୍ତମାନ ସମୟରେ ରିଲ୍ସ ଓ ସେଲଫିର ନିଶା ସମସ୍ତଙ୍କୁ ଘାରିଛି । ଯୁବପିଢ଼ି ଜାଣିଶୁଣି ନିଜ ଜୀବନକୁ ବାଜି ଲଗାଉଛନ୍ତି । ଏହି ସଉକ ପାଇଁ କେତେ ଜୀବନ ଅକାରଣେ ଚାଲିଯାଉଛି । ଭଲ ଓ ମନ୍ଦ ର ବିଚାର ବି କରୁନାହାନ୍ତି । ଏମିତି କିଛି ଘଟଣା, ଦୁର୍ଘଟଣା ଅନେକ ଦେଖିବାକୁ ମିଳୁଛି । ସାମାନ୍ୟ ଅସାବଧାନତା ପାଇଁ କେତେ ନିରୀହ ଜୀବନ ଚାଲିଯାଉଛି । ତେଣୁ ଏହି ସବୁ ପ୍ରତି ଧ୍ୟାନ ଦେବା ଜରୁରୀ ।

Leave a Reply

Your email address will not be published. Required fields are marked *