Encounter 2

ରାଜଧାନୀରେ କୁଖ୍ୟାତ ନିଶା ମାଫିଆ ପପୁନକୁ ଏନକାଉଣ୍ଟର୍

Spread the love

ଭୁବନେଶ୍ୱର : ରାଜଧାନୀରେ ଏନକାଉଣ୍ଟର୍ । ଭୁବନେଶ୍ବରରେ କୁଖ୍ୟାତ ନିଶା ମାଫିଆକୁ ଏନକାଉଣ୍ଟର୍ । ପପୁନ୍ ମାଝୀକୁ ଏନକାଉଣ୍ଟର୍ କଲା କମିଶନରେଟ୍ ପୋଲିସ୍ । ଗଞ୍ଜାମ ଜଗନ୍ନାଥପ୍ରସାଦ ଅଞ୍ଚଳର ନିଶା ମାଫିଆ ପପୁନ୍ । ଇନଫୋ ଭ୍ୟାଲି ଥାନା ଅଞ୍ଚଳରେ ନିଶା ଡିଲ୍ ବେଳେ ଏନକାଉଣ୍ଟର୍ । ପ୍ରଥମେ ପୋଲିସ୍ ଉପରକୁ ଏକ ରାଉଣ୍ଡ ଗୁଳି ଚଳାଇଥିଲା ପପୁନ୍ ।

ସେପଟେ ପୋଲିସର ପାଲଟା ଗୁଳି ଚାଳନାରେ ପପୁନ୍ ଗୁରୁତର ହୋଇଛି । ପପୁନ୍ କୁ ପ୍ରଥମେ କ୍ୟାପିଟାଲ୍ ହସ୍ପିଟାଲ୍ ପରେ କଟକ ଏସସିବି ସ୍ଥାନାନ୍ତର କରାଯାଇଛି । ପପୁନ ନାଁରେ ଖଣ୍ଡଗିରି,ନୟାପଲ୍ଲୀ,ଭରତପୁର,ନୟାଗଡ଼ ଆଦି ଅନେକ ଥାନାରେ ୩୦ରୁ ଅଧିକ ମାମଲା ରହିଛି ।ଏପରିକି ମର୍ଡର କେସରେ ମଧ୍ୟ ସମ୍ପୃକ୍ତି ରହିଛି । ପୁପୁନର ଘର ଗଞ୍ଜାମ ଜଗନ୍ନାଥ ପ୍ରସାଦ। ସେ ଭୁବନେଶ୍ୱର ଡୁମୁଡୁମାରେ ରୁହେ। ଦୀର୍ଘ ୧୭ ବର୍ଷ ଧରି ଅପରାଧ ଦୁନିଆରେ ପାଦ ଥାପିଥିଲା। ୩୨ ବର୍ଷୀୟ ଅପରାଧୀ ତାକୁ ପ୍ରଥମେ ପୋଲିସ ସରେଣ୍ଡର ପାଇ କହିଥିଲା। କିନ୍ତୁ ପାଲଟା ଆକ୍ରମଣ ଯୋଗୁଁ ପୋଲିସ ଏନକାଉଣ୍ଟର କରିଛି ।

Leave a Reply

Your email address will not be published. Required fields are marked *