F7d10940 0532 4ff7 9430 6a45dc60d053

୫ହଜାର ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ପ୍ରଧାନଶିକ୍ଷକ

Spread the love

କେନ୍ଦ୍ରପଡ଼ା : କେନ୍ଦ୍ରପଡ଼ା ଜିଲ୍ଲାରେ ଜଣେ ପ୍ରଧାନ ଶିକ୍ଷକ, ବକେୟା ଦରମା ପାଇବା ପାଇଁ ଜଣେ କର୍ମଚାରୀଙ୍କଠାରୁ ୫,୦୦୦ ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଦ୍ୱାରା ଗିରଫ।ସୋମବାର କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ନିକଟସ୍ଥ ଚଡ଼େଇଗୁଆଁ ସ୍ଥିତ ହାଇସ୍କୁଲର ପ୍ରଧାନ ଶିକ୍ଷକ ରଘୁନାଥ ଦାସଙ୍କୁ ଭିଜିଲାନ୍ସ ଧରିଛି। ଶ୍ରୀ ଦାସ ତାଙ୍କ ସେହି ସ୍କୁଲର ଜଣେ କର୍ମଚାରୀଙ୍କ ଠାରୁ ବକେୟା ଦରମା ପାଇବା ପାଇଁ ପଦକ୍ଷେପ ନେବାକୁ ୫୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। କର୍ମଚାରୀ ଜଣକ ଅଗଷ୍ଟ, ୨୦୨୫ରେ ଯୋଗଦାନ କରିବା ପରଠାରୁ ଦରମା ପାଇ ନଥିଲେ। ତେଣୁ ସେ ଶ୍ରୀ ଦାସଙ୍କୁ ତାଙ୍କ ଦରମା ପାଇବା ପାଇଁ କେନ୍ଦ୍ରାପଡ଼ା ଡିଇଓ କାର୍ଯ୍ୟାଳୟର ଡ଼ିଡ଼ିଓ (ଡ୍ରାଇଂ ଏବଂ ଡିବର୍ସିଂ ଅଧିକାରୀ)ଙ୍କୁ ଉପସ୍ଥାନ ପତ୍ର ପ୍ରଦାନ କରିବାକୁ ଅନୁରୋଧ କରିଆସୁଥିଲେ। କିନ୍ତୁ ଅଭିଯୁକ୍ତ ଶ୍ରୀ ଦାସ ତାଙ୍କ ବକେୟା ଦରମା ଉଠାଇବା ପାଇଁ କର୍ମଚାରୀଙ୍କଠାରୁ ୫,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ। କର୍ମଚାରୀ ଜଣକ ବିରକ୍ତ ହୋଇ ଭିଜିଲାନ୍ସକୁ ଜଣାଇଥିଲେ।

ଆଜି ଭିଜିଲାନ୍ସର ଏକ ଦଳ କର୍ମଚାରୀଙ୍କଠାରୁ ୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଶ୍ରୀ ଦାସଙ୍କୁ ଧରିଥିଲା। ତା’ଙ୍କ ପାଖରୁ ସମସ୍ତ ୫,୦୦୦ ଲାଞ୍ଚ ଟଙ୍କା ଜବତ କରାଯାଇଛି। ପରେ ଶ୍ରୀ ଦାସଙ୍କ ଦୁଇଟି ବାସଭବନରେ ଏକକାଳୀନ ତଲାସ ଚାଲିଛି।

Leave a Reply

Your email address will not be published. Required fields are marked *