Delhi 4 1068x601

ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି: ଯାତ୍ରା ମାର୍ଗଦର୍ଶିକା ଜାରି କଲା ଦିଲ୍ଲୀ ପୁଲିସ

Spread the love

ନୂଆଦିଲ୍ଲୀ: ଦିଲ୍ଲୀ ବିସ୍ଫୋରଣ ପରେ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ଟ୍ରେନ ଏବଂ ବିମାନ ଯାତ୍ରୀଙ୍କ ଲାଗି ପୁଲିସ ପକ୍ଷରୁ ଯାତ୍ରା ମାର୍ଗଦର୍ଶିକା ଜାରି କରାଯାଇଛି। ଯାତ୍ରୀମାନଙ୍କୁ ସମୟ ପୂର୍ବରୁ ରେଳ ଷ୍ଟେସନ, ମେଟ୍ରୋ ଷ୍ଟେସନ ଏବଂ ବିମାନବନ୍ଦରରେ ପହଞ୍ଚିବା ଲାଗି କୁହାଯାଇଛି। ସୁରକ୍ଷା ବ୍ୟବସ୍ଥା ବୃଦ୍ଧି ଯୋଗୁ ବିଭିନ୍ନ ସ୍ଥାନରେ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି। ତେଣୁ ଷ୍ଟେସନରେ ପହଞ୍ଚିବାରେ ବିଳମ୍ବ ହେବାର ଆଶଙ୍କା ଥିବାରୁ ଆଗୁଆ ପହଞ୍ଚିବା ଲାଗି ପରାମର୍ଶ ଦିଆଯାଇଛି।

ଯୁଗ୍ମ ପୁଲିସ କମିସନର ମିଲିନ୍ଦ ଡୁମ୍ବରେ କହିଛନ୍ତି, ରାଧାନୀରେ ବୃଦ୍ଧି କରାଯାଇଥିବା ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଟ୍ରେନ ଯାତ୍ରୀମାନେ ଟ୍ରେନ ଛାଡ଼ିବାର ୧ ଘଣ୍ଟା ପୂର୍ବରୁ ଷ୍ଟେସନରେ ପହଞ୍ଚନ୍ତୁ। ସେହିପରି ମେଟ୍ରୋ ଯାତ୍ରୀମାନେ ୨୦ ମିନିଟ ପୂର୍ବରୁ ଏବଂ ଅନ୍ତର୍ଜାତୀୟ ବିମାନ ଯାତ୍ରୀମାନେ ୩ ଘଣ୍ଟା ପୂର୍ବରୁ ବିମାନବନ୍ଦରରେ ପହଞ୍ଚିବାକୁ କୁହାଯାଇଛି।

Leave a Reply

Your email address will not be published. Required fields are marked *